Only for Entertainment

ସ୍ୱାମୀ ଅକ୍ଷୟଙ୍କୁ ଏହି ଅନ୍ଦାଜରେ ମାରିଲେ ଟ୍ୱିଙ୍କଲ, ଭିଡ଼ିଓ ଭାଇରାଲ ।

30

ମୁମ୍ବାଇ ଫିଲ୍ମଫେୟର ମ୍ୟାଗାଜିନ ସୁଟରେ ଅକ୍ଷୟ ଏବଂ ଟ୍ୱିଙ୍କିଲ ଖନ୍ନା ପ୍ରଥମେ ସାକ୍ଷାତ କରିଥିଲେ । ଏହି ସମୟରୁ ହିଁ ଅକ୍ଷୟ ଟ୍ୱିଙ୍କିଲଙ୍କ ଉପରେ ଫିଦା ହୋଇଯାଇଥିଲେ । ଅକ୍ଷୟ କୁମାର ଫିଲ୍ମ ଫେୟରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମ୍ୟାଗାଜିନ ସୁଟ ପରେ ପରେ ହିଁ ଟ୍ୱିଙ୍କିଲ ଏବଂ ସେ ‘ଇଣ୍ଟରନ୍ୟାସନାଲ ଖିଲାଡୀ’ର ସୁଟିଂ ଆରମ୍ଭ କରିଥିଲେ । ଫିଲ୍ମ ସୁଟିଂ ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରି ବସିଥିଲେ ।

ଅକ୍ଷୟ କୁମାର ଓ ଟ୍ୟୁଙ୍କିଲ ଖନ୍ନାଙ୍କ ବିବାହକୁ ୧୮ବର୍ଷ ବିତିଛି। ସେମାନେ ଆନିଭର୍‌ସରି ପାର୍ଟି ବି ମନାଇଛନ୍ତି। ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏକ ଫନି ଭିଡ଼ିଓ ଶେୟାର କରିଛନ୍ତି। ଭିଡିଓ ଶେୟାର କରିବା ସହ ସେ ଲେଖିଛନ୍ତି,”ଟ୍ୟୁଙ୍କିଲଙ୍କ ସହ ଏତେ ବର୍ଷ କେମିତି କଟିଛି।” ଯାହାକୁ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।ଅକ୍ଷୟ ଭିଡ଼ିଓ ଶେୟାର କରି ଲେଖିଛନ୍ତି,”ମର୍ଶାଲ ଆର୍ଟ ଖେଳାଯାଉଥିବା ସମୟରେ ଟ୍ୟୁଙ୍କିଲଙ୍କୁ କିଛି କହିଲେ ସେ ଆପଣଙ୍କୁ ପଞ୍ଚିଂ ବ୍ୟାଗ୍‌ ପରି ବ୍ୟବାହର କରିବା ଆରମ୍ଭ କରିଦେଇଥାଏ। ଏମିତିରେ ୧୮ବର୍ଷ ବିତିଗଲାଣି। ”

 

ଟ୍ୱିଙ୍କିଲ ଏବଂ ଅକ୍ଷୟଙ୍କ ବିବାହ ୨୦୦୧ରେ ହୋଇଥିଲା । ଏକ ଇଭେଣ୍ଟରେ ଟ୍ୱିଙ୍କିଲ କହିଥିଲେ ତାଙ୍କର ଏବଂ ଅକ୍ଷୟଙ୍କର ଦୁଇଥର ନିର୍ବନ୍ଧ ହୋଇଥିଲା । ପ୍ରଥମ ଥର କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଟ୍ୱିଙ୍କିଲ ଏହା ମଧ୍ୟ କହିଥିଲେ ଯେ,ତାଙ୍କ ବିବାହ ୭ ଜାନୁଆରୀ ୨୦୦୧ରେ କେବଳ ୫୦ ଲୋକଙ୍କ ଉପସ୍ଥିତିରେ ହୋଇଥିଲା । ବିବାହମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିଲା । କିନ୍ତୁ ଅକ୍ଷୟ ଏବଂ ଟ୍ୱିଙ୍କିଲଙ୍କ ବିବାହକୁ ପରିବାର ଲୋକଙ୍କ ମଂଜୁରୀ ମିଳିନଥିଲା । ଟ୍ୱିଙ୍କିଲଙ୍କ ମା’ ଡିମ୍ପଲଙ୍କୁ ବିବାହ ବିଷୟରେ ଜଣାପଡିବା ପରେ ସେ ଏହି ବିବାହକୁ ମାନି ନଥିଲେ । କିନ୍ତୁ ପରେ ଅକ୍ଷୟଙ୍କ ସହିତ ମିଶିବା ପରେ ଏବଂ ତାଙ୍କୁ ଜାଣିବା ପରେ ସେ ଏହି ବିବାହକୁ ମଂଜୁରୀ ଦେଇଥିଲେ ।କହିରଖୁଛୁ ଯେ, ଟ୍ୱିଙ୍କିଲ ଖନ୍ନା ନିଜ କ୍ୟାରିୟରରେ ମାତ୍ର ୧୪ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ କେବଳ ଭଲ ଅଭିନେତ୍ରୀ ନହଁନ୍ତି ଭଲ ଲେଖିକା ଏବଂ ଇଣ୍ଟେରିୟର ଡିଜାଇନର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More