Only for Entertainment

ଭୂମିଙ୍କ ଜନ୍ମଦିନ ପାର୍ଟିରେ ଛାଇଲେ ବରୁଣ ଏବଂ ବାଣୀ କପୁର, ଡ୍ୟାନ୍ସ ଭିଡିଓ ଭାଇରାଲ ।

Aaj tak
0 43

ଅଭିନେତ୍ରୀ ଭୂମି ପେଡନେକର ୧୮ ନ ଜୁଲାଇରେ ମୁମ୍ବାଇର ଜୁହୁରେ ନିଜର ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହି ପାର୍ଟିରେ ବଲିଉଡର ଅନେକ କଳାକାର ଏବଂ ଫିଲ୍ମ ନିର୍ମାତା ସାମିଲ ହୋଇଥିଲେ । ଜନ୍ମଦିନ ପାର୍ଟିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବରୁଣ ଧୱନ ଏବଂ ବାଣୀ କପୁର ଫିଲ୍ମ ବେଫିକ୍ରେ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

 

ରଣବୀର ସିଂ ଏବଂ ବାଣୀ କପୁରଙ୍କ ଫିଲ୍ମ ବେଫିକ୍ରେର ଗୀତ ‘ନଶେ ସି ଚଢ ଗଇ’ରେ ଦୁହେଁ ମନଖୋଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ବରୁଣ ଏବଂ ବାଣୀ ଏପର୍ଯ୍ୟନ୍ସ କୌଣସି ଫିଲ୍ମରେ ନଜର ଆସି ନାହାଁନ୍ତି । କିନ୍ତୁ ଏହି ଭିଡିଓରେ ଦୁହିଁଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଭୂମିଙ୍କ ଜନ୍ମଦିନ ପାର୍ଟିରେ ବଲିଉଡ କଳାକାରଙ୍କ ସହିତ କରଣ ଜୋହର ଏବଂ ଶଶାଙ୍କ ଖେତାନଙ୍କ ପରି ଫିଲ୍ମ ନିର୍ମାତା ମଧ୍ୟ ଉପସ୍ଥ୍ିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More