Only for Entertainment

ଗୃହର ସୁଖସମୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

youtube
15

ଆମେ ସମସ୍ତେ ସୁନ୍ଦର ଘର ଏବଂ ସୁଖ ଜୀବନ ଚାହିଁଥାଉ। ଏହା ପାଇଁ ଆମେ ବହୁ ଚେଷ୍ଟା ମଧ୍ୟ କରିଥାଉ। କିନ୍ତୁ କିଛି ଛୋଟ ଛୋଟ କଥାକୁ ଆମେ ଅଣଦେଖା କରି ଦେଉ, ଯେଉଁ କାରଣରୁ ଆମ ପରିବାରର ଖୁସି ଦୂର ହୋଇଯାଇଥାଏ। ବାସ୍ତୁ ଅନୁଯାୟୀ ଏହି ଉପାୟ ଗୁଡ଼ିକୁ ଅବଲମ୍ବନ କରି ଆମେ ଗୃହକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣ କରିପାରିବା।

ଘରର ଯେକୌଣସି ଦରଜାରେ ସାମ୍ନା ଅଥବା ପଛରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ଆୟୁ ଉପରେ ଏହାର କୁପ୍ରଭାବ ପଡ଼େ।
ଘରର ଆଖପାଖ ସ୍ଥାନରେ ବୃକ୍ଷ ଲଗାଇଲେ, ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ। ପରିବାର ସଦସ୍ୟଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଗୃହରେ କାଠ ନିର୍ମିତ ବସ୍ତୁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଘରେ ସର୍ବଦା ଆନନ୍ଦର ବାତାବରଣ ରହିଥାଏ ।
ଜୋତା ପିନ୍ଧି ଘର ଭିତରକୁ ପ୍ରବେଶ କରିବା ଉଚିତ ନୁହେଁ। ଏହା ଦ୍ୱାରା ଜୋତା ସହ ଘର ଭିତରକୁ ଦିନଯାକର ସମସ୍ତ ଚିନ୍ତା ଓ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
ଘରର କୋଣରେ ଶୋଇବା ଘର ହେବା ଆବଶ୍ୟକ। ଶୋଇବା ଘରେ ମାଟିରେ ନିର୍ମିତ ଫୁଲଦାନୀରେ ହଳଦିଆ ରଙ୍ଗର ଫୁଲ ରଖିଲେ , ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
ଝାଡ଼ୁକୁ ସର୍ବଦା ଘରର କୋଣରେ ଲୁଚାଇ ରଖିବା ଆବଶ୍ୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More