ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାନୀ ସ୍କ୍ରୁବାଲା ପ୍ରତିବର୍ଷ ଦର୍ଶକଙ୍କ ପାଇଁ ଗୋଟିଏ ରୁ ବଡ ଗୋଟିଏ ଫିଲ୍ମ ନେଇ ଆସିଥାନ୍ତି । ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ଉରୀ ରିଲିଜ ହେବାକୁ ଯାଉଛି । କିଛି ଦିନନ ପୂର୍ବେ ଏହାର ଟିଜର ରିଲିଜ ହୋଇଥିଲା । ଯାହାକୁ ଦେଖିବା ପରେ ସମସ୍ତେ ଏହି ଫିଲ୍ମକୁ ଖୁବ ପ୍ରଶଂସା କରିଥିଲେ । ଏବେ କିଛି ସମୟ ପୂର୍ବରୁ ଫିଲ୍ମର ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମରେ ଅଭିନେତା ଭିକି କୌଶଲ ଏବଂ ୟାମୀ ଗୌତମଙ୍କ ପରି କଳାକାର ନଜର ଆସିଛନ୍ତି । ଫିଲ୍ମର କାହାଣୀ ୨୦୧୬ରେ ହୋଇଥିବା ଉରୀ ଆକ୍ରମଣ ଉପରେ ଆଧାରିତ ।
ଅଭିନେତା ଭିକି କୌଶଲ ଫିଲ୍ମର ଟ୍ରେଲରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଫିଲ୍ମର ପ୍ରତ୍ୟେକଟି ସିନ ଖୁବ ହୃଦୟସ୍ପଶୀ ହୋଇଛି । ଫିଲ୍ମରେ ଭିକି କୌଶଲ ଏବଂ ୟାମୀ ଗୌତମଙ୍କ ବ୍ୟତିତ ପରେଶ ରାୱଲ, କୀର୍ତ୍ତି କୁହ୍ଲାରୀ ଏବଂ ମୋହିତ ରୈନାଙ୍କ ପରି କଳାକାରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ୧୧ ଜାନୁଆରୀ ୨୦୧୯ରେ ରିଲିଜ ହେବ ।