Only for Entertainment

ହ୍ରିତିକ ରୋଶନ ପବନ ସିଂଙ୍କ ଗୀତ ‘ଲଲିପପ’ରେ ଲଗାଇଲେ ଠୁମକା ।

zee news
0 37

ଭୋଜପୁରୀ ଗୀତରେ କିଛି ଅଲଗା ମଜା ରହିଛି । ଏହାର ଧୁନ କିଛି ଏଭଳି ରହିଛି ଯାହା ସମସ୍ତଙ୍କୁ ନଚାଇବାକୁ ବାଧ୍ୟ କରି ଦେଇଥାଏ ଏହିଭଳି କିଛି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଠାରେ ଦେଖିବାକୁ ମିଳିଛି । ଯିଏ ନିଜକୁ ଲଲିପପ ଗୀତରେ ଅଂଟା ହଲାଇବା ପାଇଁ ନିଜକୁ ରୋକି ପାରିନଥିଲେ । ହ୍ରିତିକ ରୋଶନ ଆଗାମୀ ଫିଲ୍ମ ସୁପର-୩୦ ପାଇଁ ରାଜସ୍ଥାନର ସମ୍ଭାରରେ ଫିଲ୍ମ ସୁଟିଂ ସିଡ୍ୟୁଲ ପୂରା କରିସାରିଛନ୍ତି । ଏହି ଖୁସିରେ ଏକ ପାର୍ଟିର ଆୟୋଜନ କରିଥିଲେ ହ୍ରିତି. ଯେଉଁଥିରେ ସେ ନିଜ ଠୁମକାରେ ପୂରା ପାର୍ଟିକୁ ରଙ୍ଗୀନ କରିପକାଇଥିଲେ ।

ବିଶେଷ ସୁତ୍ରରୁ ପ୍ରକାଶ ଯେ ଅନେକ ଦିନ ହେବ ସମସ୍ତେ ସୁଟିଂରେ ଖୁବ ବ୍ୟସ୍ତ ଥିଲେ । ସୁଟିଂରେ ହ୍ରିିତିକଙ୍କ ସହ ୩୦ଜଣ ପିଲା ଅଭିନୟ କରୁଥିଲେ । ସେମାନେ ଏହି ଦିନକୁ ସ୍ମୃତି କରିବା ଲାଗି ଏଭଳି ଆୟୋଜନ କରିଥିଲେ ।

ସୂତ୍ର ମୁତାବିକ ଏହି ପିଲାମାନେ କଣ୍ଢେଇ ନାଚ ପାଇଁ ବନ୍ଦୋବସ୍ତ କରୁଥିଲେ । ଯେଉଁଥିରେ ସମାଜକୁ ବାର୍ତ୍ତା ଦେଲାଭଳି କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ଏହି ପ୍ରୋଗ୍ରାମରେ ହ୍ରିତିକ ‘ଲଲିପପ ଲାଗେଲ’ ଗୀତରେ ଡ୍ୟାନ୍ସ କରି ସେହି ସଂଧ୍ୟାକୁ ରଙ୍ଗୀନ କରିଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ‘ସୁପର-୩୦’ରେ ହ୍ରିିତିକଙ୍କ ସହ ଜି-ଟିଭିର ଅଭିନେତ୍ରୀ ମୃଣାଳ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୨୫ଜାନୁଆରୀ ୨୦୧୯ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More