Only for Entertainment

ସବୁଠାରୁ ଖରାପ ଫିଲ୍ମ ରେସ ଥ୍ରି,ଫ୍ୟାନ୍ସ ମାଗୁଛନ୍ତି ଟଙ୍କା,ଲାଗିବ ସକ ।

bollyworm
0 45

ସଲମାନଙ୍କ ରେସ ଥ୍ରି ସମସ୍ୟାରେ ପଡ଼ିଯାଇଛି । ରୋଜଗାର କମିବା ଯୋଗୁଁ ଚିନ୍ତାରେ ଅଛନ୍ତି ସଲମାନ ଖାନ । ଆଇଏମଡିବି ଲିଷ୍ଟରେ ରେସ ଥ୍ରିକୁ ଦୁନିଆର ସବୁଠାରୁ ଖରାପ ଫିଲ୍ମ ଭାବେ ସାମିଲ କରାଯାଇଛି । ଏହି ମଧ୍ୟରେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ଆଲୋଚନା ବନ୍ଦ ହେଉ ନାହିଁ । ଏହି ମଧ୍ୟରେ ଲୋକ ଦବଙ୍ଗ ଥ୍ରି ଦେଖିବାକୁ ଚାହାଁନ୍ତି ନାହିଁ ବୋଲି କ୍ୟାମ୍ପେନ ଆରମ୍ଭ କରି ସାରିଛନ୍ତି । କେବଳ ସେତିକି ନୁହେଁ ସଲମାନଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି ମଧ୍ୟ କରିଛନ୍ତି ।

ଆଜ୍ଞା ହଁ ସଲମାନଙ୍କ ରେସ ଥ୍ରି ଦର୍ଶକଙ୍କୁ ନିରାଶ କରିଛି । ଟିକେଟରେ ଟଙ୍କା ଲଗାଇଥିବାକୁ ନେଇ ଲୋକ ପଶ୍ଚାତାପ କରୁଛନ୍ତି । ସଲମାନଙ୍କ ଟ୍ୱିଟରେ ଲୋକ ଟଙ୍କା ମାଗୁଛନ୍ତି । ଏହା ସହି୍ ଷଳାକ ଖୁବ ଟ୍ରୋଲ ମଧ୍ୟ କରୁଛନ୍ତି । ଆଲୋଚନା କାରଣରୁ କେତେକ ଲୋକ ସଲମାନଙ୍କ ରେସ ଥ୍ରି ଦେଖିବାପାଇଁ ଯାଉନାହାଁନ୍ତି ।
କିନ୍ତୁ ସଲମାନଙ୍କ ଲୟାଲ ସାଙ୍ଗ ଏହି ସମୟରେ ତାଙ୍କ ସହିତ ଅଛନ୍ତି । ଯଦିଓ ବକ୍ସ ଅଫିସରେ ଫିଲ୍ମ ଫ୍ଲପ ହୋଇଛି ତଥାପି ସଲମାନଙ୍କର କୌଣସି କ୍ଷତି ହୋଇନାହିଁ । ଏହି ଫିଳ୍ମରେ ସୁପରଷ୍ଟାର ଖୁବ ଭଲ ଇନକମ କରିଛନ୍ତି । ଓଭରସିଜ ଏବଂ ଦେଶରେ ଫିଲ୍ମ ୧୮୦ କୋଟି ପାର କରିଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More