Only for Entertainment

ଐଶଙ୍କୁ ନେଇ କରିଥିବା ବିବାଦୀୟ ମିମ ପାଇଁ କ୍ଷମା ମାଗିଲେ ବିବେକ, ତୁରନ୍ତ ଡିଲିଟ ହେଲା ଟ୍ୱିଟ ।

bollywood tadka
36

ଲୋକସଭା ନିର୍ବାଚନ ୨୦୧୯ର ଭୋଟିଂ ପରେ ଏବେ ସମସ୍ତଙ୍କ ନଜର ରହିଛି ୨୩ ତାରିଖ ଭୋଟ ଗଣତି ଉପରେ । ଏହି ମଧ୍ୟରେ ବଲିଉଡ ଆକ୍ଟର ବିବେକ ଓବରୟ ଏଗଜିଟ ପୋଲକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ତାହା ପୁଣି ଏକ ମିମ ମାଧ୍ୟମରେ । ଯାହାକୁ ନେଇ ଅନେକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଆଜ୍ଞା ହଁ ଗତକାଲି ଆମେ ଆପଣଙ୍କୁ ଏହି ବିଷୟରେ ପ୍ରତ୍ୟେକଟି ଖବର ଦେଇଥିଲୁ । ଯେଉଁଥିରେ ବିବେକ ଓବରୟ ଐଶଙ୍କୁ ନେଇ କରିଥିବା ବିବାଦୀୟ ମିମ ବିଷୟରେ ଉଲ୍ଲେଖ ଥିଲା । ମହାରାଷ୍ଟ୍ରର ମହିଳା ଅୟୋଗ ବିବେକଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ । ଏହାପରେ ପରେ ବିଭିନ୍ନ ସେଲିବ୍ରେଟୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଐଶଙ୍କ ଶ୍ୱଶୁର ବିଗ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଟିଭି ଅଭିନେତା କରଣବୀର ବୋହରାଙ୍କ ପର୍ଯ୍ୟନ୍ତ ବିବେକଙ୍କ ଏଭଳି କାମକୁ ନିନ୍ଦା କରିଛନ୍ତି । ତେବେ ଏବେ ଏହି ଘଟଣାରେ ଆଉ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାସ୍ତବରେ ବିବେକ ଏକ ଟ୍ୱିଟ କରି ଏଥିପାଇଁ କ୍ଷମା ମାଗିଛନ୍ତି ଏବଂ କରିଥିବା ମିମକୁ ମଧ୍ୟ ଡିଲିଟ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More