Only for Entertainment

କୌଣସି ପରୀ ଠାରୁ କମ ସୁନ୍ଦର ନୁହଁନ୍ତି ଏହି ପାକିସ୍ତାନୀ ପୁଲିସ ଅଧିକାରୀ, ଦେଖନ୍ତୁ ଫଟୋ !

80

ସୋସିଆଲ ମିଡିଆରେ ଜଣେ ସୁନ୍ଦର ପୁଲିସ ଅଧିକାରୀଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ସେମିତିତ ପୁଲିସଙ୍କ ନାଁ ନେଲେ ଲୋକଙ୍କ ମନରେ ଭୟ ଆସିଥାଏ କିନ୍ତୁ ଏହି ମହିଳା ପୁଲିସ ଅଫିସରଙ୍କ ବିଷୟରେ ଏଭଳି କିଛି ନୁହେଁ । ଏହି ପୁଲିସ ଅଫିସର ଏତେ ସୁନ୍ଦର ଯେ ଲୋକଙ୍କୁ ବିଶ୍ୱାସ ହେବ ନାହିଁ । କାରଣ ସେ ଦେଖିବାକୁ ହିରୋଇନ ଭଳି କିନ୍ତୁ ସେ ପୁଲିସ ପ୍ରଶାସନରେ ଅଛନ୍ତି । ସୁନ୍ଦରତା ଦେଖି କେହି ବି ମୋହିତ ହୋଇଯିବ । ଏହି ଅଧିକାରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଲୋକ ସୋସିଆଲ ମିଡିଆରେ ତାଙ୍କ ସୁନ୍ଦରତାର ଖୁବ ପ୍ରଶଂସା କରୁଛନ୍ତି ।

ଅଫିସର ଜଣକ ‘ବ୍ୟୁଟି ୱିଦ ବ୍ରେନ’ସହ ତୁଳନୀୟ । ଏହି ଅଫିସରଙ୍କ ନାଁ ଡ. ଅନୁଶ ମସୁଦ ଚୌଧୁରୀ ଅଟେ । ଏହି ମହିଳାଙ୍କ ଜନ୍ମ ପାକିସ୍ତାନର ଲାହୋରରେ ହୋଇଛି । ତାଙ୍କ ପାଖରେ ଏମବିବିଏସର ଡିଗ୍ରୀ ରହିଛି । ପୁଲିସରେ ଆସିବା ପୂର୍ବରୁ ସେ ଡାକ୍ତରୀ ପେଶାରେ ଜଡିତ ଥିଲେ । ସେ ମେଡିସିନରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ମାତ୍ର ପୁଲିସରେ ସିଲେକ୍ସନ ହେବା ପରେ ତାଙ୍କର ଟ୍ରେନିଂ ୨୦୧୧ରେ ଏବେଟାବାଦ ପୁଲିସ ଟ୍ରେନିଂ ସେଂଟରରେ ହୋଇଥିଲା ।

ଏହି ପୁଲିସ ଅଫିସରଙ୍କୁ ପୁଲିସ ପୋଷାକ ପସନ୍ଦ ଥିବାରୁ ସେ ଡାକ୍ତରୀ ପେଶା ଛାଡି ପୁଲିସରେ ଭର୍ତ୍ତି ହେଲେ  । କାରଣ ସେ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ । ତେବେ ଏହି ଅଫିସର ଜଣକ ଯିଏ କି ସିସିଏସ ପରୀକ୍ଷାରେ ୪୦ତମ ର‌୍ୟାଙ୍କ ସହ କମନ ବ୍ୟାଚରେ ପାସ କରିଥିଲେ । ପୁଲିସ ଅଫିସର ଅନୁଶ ନିକଟରେ ଏକ ଏସିଡ ହମଲା ପୀଡିତାଙ୍କୁ ନ୍ୟାୟ ଦେଇଥିଲେ , ଯେଉଁକାରଣରୁ ତାଙ୍କ ସମ୍ମାନ ଲୋକଙ୍କ ମନରେ ବଢିଯାଇଥିଲା ।

ପାକିସ୍ତାନର ଲାହୋରରେ ଏସପି ମସୁଦ ଚୌଧୁରୀ ଏବେ ୧୬ ପୁଲିସ ଷ୍ଟେସନର ଇଂଚାର୍ଜ ଅଛନ୍ତି । ସେ କେଂଟ ଡିଭିଜନର ଏସପି ଯାଂଚ ପଦବୀରେ ଅଛନ୍ତି । ତାଙ୍କର ପୋଷ୍ଟିଂ ପଂଜାବ, ରାବଲପିଣ୍ଡିରେ ହୋଇସାରିଛି । ସେ ଘଟଣାସ୍ଥଳୀକୁ ନିଜେ ଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More