ଫିଲ୍ମରେ ସେଲିବ୍ରେଟୀ ପିନ୍ଧିଥିବା ପୋଷାକକୁ କ’ଣ କରନ୍ତି ପ୍ରଯୋଜକ? ଆପଣ ମଧ୍ୟ ଜାଣନ୍ତୁ
ପ୍ରତି ଶୁକ୍ରବାରକୁ କିଛି ନା କିଛି ଫିଲ୍ମ ସିନେମା ଘରେ ରିଲିଜ ହୋଇଥାଏ । ଏହି ମଧ୍ୟରେ କେଉଁ ଫିଲ୍ମଟି ହିଟ୍ ହୁଏ ତ କେଉଁଟି ସୁପରହିଟ, ଆଉ କିଛି ବକ୍ସ ଅଫିସରେ ଅସଫଳ ରହେ । ତେବେ ଫିଲ୍ମ ଫ୍ଲପ ହେଉ କି ହିଟ୍ କିନ୍ତୁ ଫିଲ୍ମର ସୁଟିଂ ଲୋକେସନ ଠାରୁ ଆରମ୍ଭ କରି ସେମାନଙ୍କ ଡ୍ରେସ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି ସେଲିବ୍ରେଟୀ ମାନେ ଫିଲ୍ମରେ ପିନ୍ଧୁଥିବା ଡ୍ରେସକୁ ପରବର୍ତ୍ତୀ ମୁହୂର୍ତ୍ତରେ କ’ଣ କରାଯାଏ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ପରଦା ପଛର କାହାଣୀ । ଆସନ୍ତୁ ଆଲୋଚନା କରିବା ।
ବାସ୍ତବରେ ସୁଟିଂ ଶେଷ ହେବା ପରେ ସେହି ପୋଷାକକୁ ନେଇ କ’ଣ ହୋଇଥାଏ ଏହି ସିକ୍ରେଟ କଥା ଜଣାଇଛନ୍ତି ୟଶରାଜ ଫିଲ୍ମ ପ୍ରଡକ୍ସନର ଷ୍ଟାଇଲିଷ୍ଟ ଆୟଶା ଖନ୍ନା । ତାଙ୍କ କହିବା ମୁତାବକ, ଅଧିକାଂଶ ପୋଷାକରେ ଫିଲ୍ମର ଟ୍ୟାଗ୍ ଲଗାଯାଇ ତାକୁ ରଖି ଦିଆଯାଇଥାଏ। ଯାହା ପରେ ସେଥିରେ କିଛି ନୂଆ ଡିଜାଇନ୍ ମିଶାଇ କନିଷ୍ଠ କଳାକାରମାନଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥାଏ। ଏହା ସହ ପ୍ରଯୋଜନା ସଂସ୍ଥା ନିଜର ଅନ୍ୟ କୌଣସି ଫିଲ୍ମ ପାଇଁ ମଧ୍ୟ ସେ ପୋଷାକକୁ ବ୍ୟବହାର କରିଥାନ୍ତି। ବେଳେ ବେଳେ କଳାକାରମାନଙ୍କୁ ପୋଷାକ ପସନ୍ଦ ଆସିଲେ, ସେମାନେ ପିନ୍ଧିଥିବା ପୋଷାକକୁ ନିଜ ପାଖରେ ରଖିନିଅନ୍ତି। ଅନେକ ସମୟରେ କୌଣସି ଏନଜିଓକୁ ଦାନ କରିବା ପାଇଁ କଳାକାରମାନଙ୍କ ପୋଷାକର ନିଲାମୀ ମଧ୍ୟ କରାଯାଏ।