ଏୟାରପୋର୍ଟରେ ମହିଳା କଲେ ଅଜବ କାମ, ସୋସିଆଲ ମିଡିଆରେ ଭାଇରାଲ
ସୋସିଆଲ ମିଡିଆ ଏଭଳି ଏକ କେନ୍ଦ୍ରବିନ୍ଦୁ ଯେଉଁଠାରେ ଧ୍ୟାନ ଆକର୍ଷଣ କରିବା ପାଇଁ କେହି ମଧ୍ୟ ଅଜବ ପ୍ରକାରର ଫଟୋ ଏବଂ ଭିଡ଼ିଓ ଆଦି ଅପଲୋଡ କରି ଦେଉଛନ୍ତି, ଯାହାପରେ ଏହା ଭାଇରାଲ ହୋଇ ଯାଉଛି । ଏହି ମଧ୍ୟରେ ନିକଟରେ ହୋଇଥିବା ଜଣେ ମହିଳାଙ୍କ ଅଜବ କାମ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବାସ୍ତବରେ ଜଣେ ମହିଳା ଏୟାରପୋର୍ଟରେ ଥିବା ସମୟରେ ଏକ ଅଜବ କାମ କରିଛନ୍ତି । ମହିଳା ଜଣକ ଫିଲିପାଇନ୍ସର । ସେ କୌଣସି ଏକ ଜିନିଷର ଟଙ୍କା ଦେବାରୁ ରକ୍ଷା ପାଇବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି । ସେ ତାଙ୍କ ସୁଟକେସର ଓଜନ କମ କରିବା ପାଇଁ ଖୁବ ସାରା କପଡ଼ା ପିନ୍ଧିଥିଲେ, ଯେଉଁ କାରଣରୁ ତାଙ୍କ ସୁଟକେସର ଓଜନ କମ ହୋଇଯିବ । ତେବେ ଯେତେବେଳେ ମହିଳାଙ୍କର ଫଟୋ ଭାଇରାଲ ହେଲା ସେ କହିଲେ ଯଦି ମୁଁ ଜାଣିଥାନ୍ତି ମୋର ଫଟୋ କ୍ଲିକ କରାଯାଉଛି ତେବେ ମୁଁ ଅଧିକ ଭଲ ପୋଜ ଦେଇଥାନ୍ତି ।