ସାମଗ୍ରୀ-
କ୍ୟାପସିକମ- ୧୮୦ ଗ୍ରାମ (ଛୋଟ କଟା)
ସିଝା ଆଳୁ- ୧୬୦ ଗ୍ରାମ
କଟା ପିଆଜ- ୭୫ ଗ୍ରାମ
ଧନିଆ ପତ୍ର- ୨ ବଡ ଚାମଚ
କଂଚା ଲଙ୍କା- ୧ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ଆମଚୁର ପାଉଡର- ୧ ଛୋଟ ଚାମଚ
ପନିର- ୭୫ ଗ୍ରାମ
ଟମାଟୋ- ୫୦ ଗ୍ରାମ
ତେଲ
ବ୍ରେଡ ସ୍ଲାଇସ- ଆବଶ୍ୟକ ଅନୁସାରେ
ବଟର
ପ୍ରଣାଳୀ-
– ଏକ ବାଉଲରେ ୧୦୦ ଗ୍ରାମ କ୍ୟାପସିକମ, ଛୋଟ କଟା ଟମାଟୋ, ୧୬୦ ଗ୍ରାମ ସିଝା ଆଳୁ, ୫୦ ଗ୍ରାମ ପିଆଜ, ୨ଟି ବଡ ଚାମଚ ଧନିଆ ପତ୍ର, ୧ ଚାମଚ କଂଚା ଲଙ୍କା, ୧ ଛୋଟ ଚାମଚ ଲୁଣ, ୧ ଛୋଟ ଚାମଚ ଆମଚୁର ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।
– ଏନ୍ୟ ଏକ ପାତ୍ରରେ ୭୫ ଗ୍ରାମ ପନିର, ୮୦ ଗ୍ରାମ କ୍ୟାପସିକମ, ୫୦ ଗ୍ରାମ ଟମାଟୋ, ୧ ଛୋଟ ଚାମଚ ତେଲ, ୧/୨ ଛୋଟ ଚାମଚ ଲୁଣ ମିଶାଇ ମିଶାନ୍ତୁ ।
– ଏହାପରେ ବ୍ରେଡ ନେଇ ତାହାର ଚାରି ପାଖକୁ କାଟି ଦିଅନ୍ତୁ ।
– ବର୍ତ୍ତମାନ ବ୍ରେଡ ଉପରେ ଆଳୁ ମିଶ୍ରଣକୁ ଭଲ ଭାବେ ଦିଅନ୍ତୁ । ଏବଂ ଏହା ଉପରେ ଆଉ ଏକ ବ୍ରେଡ ସ୍ଲାଇସ ଦେଇ କଭର କରନ୍ତୁ ।
– ଏହାପରେ ଏକ ଟୁଥପିକ୍ ନେଇ ସେଥିରେ ପନିର, କ୍ୟାପସିକମ ଏବଂ ପିଆଜ ଲଗାନ୍ତୁ ।
– ଏହାପରେ ବ୍ରେଡ ସ୍ଲାଇସକୁ ବେକିଙ୍ଗ ଟ୍ରେରେ ରଖନ୍ତୁ ଏବଂ ବ୍ରସ୍ ସହାୟତାରେ ବଟର ଲଗାନ୍ତୁ ।
– ୩୫୦ ଡିଗ୍ରୀ ଫାରନେହାଇଟ ରୁ ୧୮୦ ଡିଗ୍ରୀ ସେଲସିୟସ ରେ ଏହା କୁ ବେକ୍ କରନ୍ତୁ ।
– ଆପଣଙ୍କର ଭେଜ ସ୍ୟାଣ୍ଡଉଇଚ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ସର୍ଭ କରନ୍ତୁ ।