Only for Entertainment

ଇନଷ୍ଟାଗ୍ରାମର ‘ବସ୍’ହେଲେ ଅଭିନେତା ଅକ୍ଷୟ କୁମାର !

Bollywood Bindass
0 46

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଇନଷ୍ଟାଗ୍ରାମରେ ଦୁଇ କୋଟିରୁ ଉଦ୍ଧ୍ୱର୍ ଫଲୋର୍ସ ଅଛନ୍ତି । ସେ ଏହି ଖୁସିକୁ ଜାହିର କରି ନିଜର ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଇନଷ୍ଟାଗ୍ରାମରେ ଜାରି କରାଯାଇଥିବା ଏକ ପୋଷ୍ଟରେ ରାଉଡି ରାଠୋଡର ଅଭିନେତା ଅକ୍ଷୟ ଏକ ଭିଡିଓ ଶେୟାର କରିଛନ୍ତି ।

ଅଭିନେତା ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ଗୋଲ୍ଡରେ ନଜର ଆସିବେ ଯାହା ଖେଳ ଉପରେ ଆଧାରିତ ଅଟେ । ଏହି ଫିଲ୍ମର ନିର୍ମାଣ କରିଛନ୍ତି ରିତେଶ ସିଧବାନୀ ଏବଂ ଫରହାନ ଅଖତରଙ୍କ ବ୍ୟାନର ଏକ୍ସଲ ଏଂଟରଟେନମେଂଟ ଜରିଆରେ ଏହି ଫିଲ୍ମ ଖୁବ ଶୀଘ୍ର ପରଦାକୁ ଆସୁଛି ।


ଏଥିରେ ଅମିତ ସାଧ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ସେହିଭଳି ଛୋଟ ପରଦାର ଅଭିନେତ୍ରୀ ମୋନି ରୟ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଭାରତକୁ ମିଳିଥିବା ପ୍ରଥମ ଓଲମ୍ପିକ କାହାଣୀ ଉପରେ ପର୍ଯ୍ୟବେଷିତ ।

୧୯୪୮ରେ ଆୟୋଜିତ ହୋଇଥିବା ୧୪ତମ ସଂସ୍କରଣରେ ଭାରତ ହକି ଟିମ ସ୍ୱର୍ଣ୍ଣ ପଦକ ଜିତି ଥିଲେ । ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More