ବେସନ ବର୍ଫି ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ-
୧୯୦ ମିଲି ଗ୍ରାମ୍ ଘିଅ, ୨୦୦ ଗ୍ରାମ୍ ବେସନ, ୮୦ ଗ୍ରାମ୍ ସୁଜି, ୧୫୦ ଗ୍ରାମ୍ ଗୁଣ୍ଡ ଚିନି, ଅଧ ଚାମଚ ଗୁଜୁରାତି ଗୁଣ୍ଡ, ସଜାଇବା ଲାଗି ବାଦାମ ଏବଂ ପିସ୍ତା।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ କଡ଼େଇରେ ଘିଅ ପକାଇ ଧିମା ଆଞ୍ଚରେ ଗରମ କରନ୍ତୁ। ଏଥିରେ ବେସନ ଏବଂ ସୁଜି ପକାଇ କିଛି ସମୟ ଭାଜନ୍ତୁ। ୧୦-୧୫ ମିନିଟ୍ ଭାଜିବା ପରେ ଏହାର ରଙ୍ଗ ବଦଳି ବାସ୍ନା ଆସିଲେ ଏଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏହା ପରେ ବେସନ ମିଶ୍ରଣକୁ ଏକ ପ୍ଲେଟ୍କୁ ବାହାର କରି ସମତଳ ଭାବେ ରଖନ୍ତୁ। ଏହା ଉପରେ ପିସ୍ତା ଓ ବାଦାମ ଦେଇ ସଜାନ୍ତୁ। ଏହି ଟ୍ରେକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖନ୍ତୁ। ଥଣ୍ଡା ହୋଇଗଲା ପରେ ଖଣ୍ଡ ଖଣ୍ଡ କରି କାଟି ଖାଆନ୍ତୁ ଓ ଖୁଆନ୍ତୁ।