Only for Entertainment

‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଫ୍ଲପ ହେବା ପରେ ଛୋଟ ପରଦାକୁ ଫେରିଲେ ଆମିର ଖାନ, ପତ୍ନୀ କିରଣ ରାଓଙ୍କ ସହ ମିଶି ଏହି ଶୋ’କୁ କରିବେ ହୋଷ୍ଟ

The Indian Express
23

ବଲିଉଡ ପରଫେକ୍ସନିଷ୍ଟ ଆମିର ଖାନଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଅସଫଳ ହେବା ପରେ ଆମିର ଖାନ ଛୋଟ ପରଦାରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଆମିର ‘ତୁଫାନ ଆଲୟ’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତି । ସବୁଠାରୁ ଖାସ କଥା ହେଉଛି ଯେ, ଏହି ଶୋ’ରେ ଆମିରଙ୍କ ସହିତ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ନଜର ଆସିବେ । ଦୁହେଁ ମିଶି ଏହି ଶୋ’କୁ ହୋଷ୍ଟ କରିବେ ।

 

ଆମିର ଖାନ ଏହି ଶୋ’ ସହ ଜଡିତ ଏକ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ରେ ଆମିର ‘ତୁଫାନ ଆଲୟ’ ବିଷୟରେ ସୂଚନା ଦେଉଥିବାର ଦେଖିବାକୁ ମିଳିଛି । ଖବର ଅନୁସାରେ ଏ ହି ଶୋ’ ପାଣି ପାଉଣ୍ଡେସନ ଉପରେ ଆଧାରିତ । ଏହି ଶୋ’ଜରିଆରେ ଦେତ୍କବାକୁ ମିଳିବ କି ମହାରାଷ୍ଟ୍ରର କିଛି ଅଂଚଳରେ ଲୋକେ କିପରି ସଫା ପାଣି ପାଇଁ ବ୍ୟାକୁଳ ହେଉଛନ୍ତି । ଏହି ଶୋ’ରେ ବିଭିନ୍ନ ଗାଁର କାହଣୀ ସବୁ ଦେଖିବାକୁ ମିଳିବ । ଆଶା କରାଯାଉଛି ଯେ, ଆମିର ଖାନଙ୍କ ଏହି ପ୍ରୟାସ ସଫଳ ହେବ ଏବଂ ଲୋକଙ୍କ କଷ୍ଟ ଦୂର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More