Only for Entertainment

ସପନା ଚୌଧୁରୀଙ୍କ ବେଟା ତୁମସେ ନା ହୋ ପାୟେଗା ଗୀତ ରିଲିଜ, କିଛି ଘଂଟାରେ ମିଳିଲା ଏତେମାତ୍ରାରେ ଭ୍ୟୁ !

33

ହରିୟାଣାର ଜଣାଶୁଣା ଡାନ୍ସର ସପନା ଚୌଧୁରୀଙ୍କ ନୁଆ ଗୀତ ‘ବେଟା ତୁମସେ ନା ହୋ ପାୟେଗା’ ରିଲିଜ ହୋଇଛି । ସପନା ଚୌଧୁରୀଙ୍କ ନୁଆ ଗୀତ ୟୁଟ୍ୟୁବରେ ଧମାଲ ମଚାଇବାରେ ଲାଗିଛି । ଏହା ପଛର କାରଣ ସପନାଙ୍କ ପପୁଲାରିଟି । ସପନା ଏବେ ହରିୟାଣା , ୟୁପି ଏବଂ ବିହାରର ପରିଚିତ ମୁହଁ ହୋଇସାରିଲେଣି । ଷ୍ଟେଜ ପରଫର୍ମାନ୍ସରେ ଲୋକଙ୍କ ହୃଦୟକୁ କିଣିଥିବା ସପନା ନୂଆ ଗୀତରେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

ଭିଡିଓରେ ସପନା କଲେଜ ଗର୍ଲ ହୋଇଛନ୍ତି । ଗୀତରେ ଦେଖିବାକୁ ମିଳିଛି ସପନା ଖେଳ ପଡିଆରେ ପହଂଚୁଛନ୍ତି ଏବଂ ପୁଅ ମାନଙ୍କୁ ଇଗ୍ନୋର କରୁଛନ୍ତି । ଏହି ଗୀତ ଏ ଆଇ ଜନ ଲେଖିଛନ୍ତି ଏବଂ ଗୀତରେ ସ୍ୱର ଦେଇଛନ୍ତି ରାଜୁ ପଂଜାବୀ ଓ ମୋନିକା । ଗୋଟିଏ ଦିନରେ ୧୩୫,୫୫୩ଭ୍ୟୁ ମିଳି ସାରିଥିବା ଏହି ଗୀତର ଭ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୟୁଟ୍ୟୁବରେ ସପନାଙ୍କ ନାଁ ସର୍ଚ୍ଚ କଲାପରେ ଗୀତ ଟପରେ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More