Only for Entertainment

୨୯ବର୍ଷ ପରେ ପ୍ରସ୍ତୁତ ହେବାକୁ ଯାଉଛି ମାଧୁରୀ ଏବଂ ଆମୀରଙ୍କ ଏହି ଫିଲ୍ମର ସିକ୍ୱେଲ !

India Today
48

ଆମୀର ଖାନ ଏବଂ ମାଧୁରୀ ଦିକ୍ଷିତଙ୍କ ୧୯୯୦ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ଦିଲ’ର ସିକ୍ୱେଲ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏହି ଫିଲର ନିର୍ଦ୍ଦେଶକ ଇନ୍ଦ୍ର କୁମାର ପରିଷ୍କାର କରି ଦେଇଛନ୍ତି ସେ ଏହି ଫିଲ୍ମର ସିକ୍ୱେଲ ପ୍ରସ୍ତୁତି କରିବାକୁ ଯାଉଛନ୍ତି । ଫିଲ୍ମର ସିକ୍ୱେଲ ନାଁ ମଧ୍ୟ ‘ଦିଲ’ ରହିବ ।

ନିର୍ଦ୍ଦେଶକ ଇନ୍ଦ୍ର କୁମାର ଫିଲ୍ମ ଟୋଟାଲ ଧମାଲ ପ୍ରମୋସନ ସମୟରେ ଏହି ଖବର କନଫର୍ମ କରିଥିଲେ ଏହି କହିଥିଲେ ଯେ ଖୁବ ଶୀଘ୍ର ସେ ଦିଲ ଫିଲ୍ମର ସିକ୍ୱେଲ ବନାଇବାକୁ ଯାଉଛନ୍ତି । କିନ୍ତୁ ଏକ ଭଲ ସ୍କ୍ରିପ୍ଟର ଅପେକ୍ଷାରେ ଥିଲେ । ଏବେ ସ୍କ୍ରିପ୍ଟ ଫାଇନାଲ ହୋଇଯାଇଛି । ଫିଲ୍ମକୁ ନେଇ ଅନ୍ୟ ସବୁ ଖୁବ ଶୀଘ୍ର ଅଫିସିଆଲ ଶୁଣିବାକୁ ମିଳିବ । ଫିଲ୍ମ ‘ଦିଲ’ର ସିକ୍ୱେଲ ପାଇଁ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ୧୯୯୦ରେ ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ ଏବଂ ଆମୀର ଖାନଙ୍କ ରୋମାଂଟିକ ଯୋଡି ପରଦାରେ ନଜର ଆସିଥିଲା । ଏହି ଫିଲ୍ମର ଗୀତ ଖୁବ ହିଟ ହୋଇଥିଲା ।

ଯେପରିକି ଏବେ ପୂରୁଣା ଗୀତର ରିମେକ ଭର୍ସନ ବଲିଉଡରେ ଯାଦୁ କରୁଛି । ଇନ୍ଦ୍ରକୁମାରଙ୍କ ଫିଲ୍ମ ଟୋଟଲ ଧମାଲରେ ଅନେକ ପୁରୁଣା ଗୀତ ରିମେକ କରାଯାଇଛି । ଯାହା ୨୨ଫେବୃୟାରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ମାଧୁରୀ ଦିକ୍ଷିତ, ଅଜୟ ଦେବଗନ, ଅରଶଦ ବାରସୀ, ଜାବେଦ ଜାଫରୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More