Only for Entertainment

ଆମୀର ଖାନଙ୍କ ପୁଅ ଜୁନୈଦ ସହିତ ରାନୀ ମୁଖର୍ଜୀଙ୍କ ଫଟୋ ଭାଇରାଲ, ଏହି କାରଣରୁ ଆଶ୍ଚର୍ଯ୍ୟ ହେଲେ ଆକ୍ଟର

zee news
42

ସୁପରଷ୍ଟାର ଆମୀର ଖାନ, ପୁଅ ଜୁନୈଦ ଖାନଙ୍କ ଜନ୍ମଦିନରେ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ଜୁନୈଦ ଏବଂ ଅଭିନେତ୍ରୀ ରାଣୀ ମୁଖର୍ଜୀ ନଜର ଆସିଛନ୍ତି । ଆମୀର ସେୟାର କରିଥିବା ଫଟୋରେ ଜୁନୈଦ ଏବଂ ରାଣୀ ହସୁଥିବାର ନଜର ଆସିଛନ୍ତି । ଫଟୋରେ ରାଣୀ ଜୁନୈଦଙ୍କୁ ଦେଖି ହସୁଛନ୍ତି ।

ଆମୀର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ଯେ ସେ ରାଣୀଙ୍କୁ ଖୁସି କରିବାରେ କିପରି ସଫଳ ହେଲା । ମୁଁ କେବେ ତାହା କରିପାରିନି !’ ଏହା ସହିତ ଆମୀର ଖାନ ପୁଅ ଜୁନୈଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

View this post on Instagram

 

I wonder how he managed to charm Rani… I never did ! Happy Birthday Junsie ?

A post shared by Aamir Khan (@_aamirkhan) on

କହିରଖୁଛୁ ଯେ , ଆମୀର ଖାନ ଏବଂ ରାଣୀ ମୁଖର୍ଜୀ ‘ତଲାସ’, ‘ଗୁଲାମ’, ‘ମଙ୍ଗଳ ପାଣ୍ଡେ : ଦ ରାଇଜିଂ’ ପରି ଫିଲ୍ମରେ ଏକା ସହିତ କାମ କରିଛନ୍ତି । ଆମୀରଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ । ଏହା ୧୯୯୪ରେ ରିଲିଜ ହୋଇ ଥିବା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More