Only for Entertainment

୨୦୦୦ କୋଟିରେ ସାମିଲ ହୋଇପାରେ ଅମିରଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’

IBTimes India
0 34

ବଲିଉଡ ଅଭିନେତା ଅମିର ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଦେଖିବାକୁ ମିଳିଛି । ସେ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ନେଇ ଖୁବ ସିରିୟସ ଥାନ୍ତି । ସେଥିପାଇଁ ତ ତାଙ୍କୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଇଥାଏ । ଅମିରଙ୍କ ଫିଲ୍ମର ଲୋକପ୍ରିୟତାକୁ ନଜରରେ ରଖି ତାଙ୍କର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’କୁ ଭାରତ ସମେତ ଚୀନରେ ମଧ୍ୟ ୭ ନଭେମ୍ବରରେ ରିଲିଜ କରାଯିବ ।

ଖବର ଅନୁସାରେ ଫିଲ୍ମର ନିର୍ମାତା ଚୀନରେ ମଧ୍ୟ ପ୍ରମୋସନାଲ ଇଭେଣ୍ଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏବଂ ଇଭେଣ୍ଟରେ ଅମିର, ଅମିତାଭ, କ୍ୟାଟ୍ରିନା ଏବଂ ଫାତିମା ଶେଖ ସାମିଲ ହୋଇପାରନ୍ତି ।

aamir

କୁହାଯାଉଛି ଯେ ଏହି ପ୍ରମୋସନାଲ ଇଭେଣ୍ଟରେ ଫିଲ୍ମର ଏକ ଗୀତକୁ ମଧ୍ୟ ରିଲିଜ କରାଯିବ । ଏହାକୁ ନେଇ ଟ୍ରେଡ ଆନାଲିଷ୍ଟମାନେ ଫିଲ୍ମର ବ୍ୟବସାୟ ଉପରେ ଆକଳନ କରିଛନ୍ତି । ଫିଲ୍ମ ସମୀକ୍ଷକଙ୍କ ମତରେ ଭାରତରେ ଫିଲ୍ମ ୬୦୦ କୋଟିରୁ ଅଧିକ ଆୟ କରିପାରେ । ସେହିପରି ଚୀନରେ ଫିଲ୍ମର ବକ୍ସ ଅଫିସ କଲେକ୍ସନ ୧୦୦୦ କୋଟି ଛୁଇବ ବୋଲି ଆଶା କରିଛନ୍ତି ।

katrina

ଯଦି ଫିଲ୍ମର ବ୍ୟବସାୟ ଏପରି ହୁଏ ତେବେ ଏହା ପ୍ରଥମ ଭାରତୀୟ ଫିଲ୍ମ ଭାବେ ୨୦୦୦ କୋଟି କ୍ଲବରେ୍ ସାମିଲ ହେବା ସହିତ ସୁପରହିଟ ଫିଲ୍ମ ‘ବାହୁବଳୀ’କୁ ମଧ୍ୟ ପଛରେ ପକାଇ ଦେବ ।

ସୂଚନା ଅନୁସାରେ ଚୀନରେ ଫିଲ୍ମର ପ୍ରମୋସନାଲ ଟୁର ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ତେବେ ଦେଖିବାକୁ ବାକି ରହିଲା ନିର୍ମାତାଙ୍କ ଏହି ଉଦ୍ଦେଶ୍ୟ କେତେ ଦୂର ସଫଳ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More