Only for Entertainment

ଫିଲ୍ମ ରିଲିଜ ହେବା ପୂର୍ବରୁ ସାମ୍ନାକୁ ଆସିଲା ଆଉ ଏକ ଟ୍ରେଲର,ଶୁଣିବାକୁ ମିଳିଲା ଦମଦାର ଡାଏଲଗ !

MissMalini
0 38

ଯେବେ ବି କୌଣସି ଫିଲ୍ମରେ ଦୁଇ ନୂଆ ଚେହେରା ଥାଏ,ସେହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଦଶ ଥର ଚିନ୍ତା କରନ୍ତି ଫିଲ୍ମ ଦେଖିବେ କି ନାଇଁ । ସଲମାନ ଖାନ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଲବୟାତ୍ରୀ’ ଟ୍ରେଲର ଏବଂ ଗୀତ ରିଲିଜି ହୋଇଯାଇଛି ଏବଂ ସମସ୍ତଙ୍କୁ ଅନୁମାନ ହେଉଛି ଯେ ଫିଲ୍ମ ଦେଖିବାକୁ ଲାୟକ ବୋଲି ।

ଏହି ଫିଲ୍ମରେ ସଲମାନ ତାଙ୍କ ଭିଣୋଇଙ୍କୁ ଲଂଚ କରୁଛନ୍ତି । ଏହି ଫିଲ୍ମରେ ଆୟୁଷଙ୍କ ସହ ନୂଆ ନୂଆ ଡେବ୍ୟୁ କରିବାକୁ ଯାଉଛନ୍ତି ବରୀନା ହୁସେନ । ଫିଲ୍ମର ଟ୍ରେଲର ଏବଂ ଗୀତ ମଧ୍ୟରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ ମଜାଦାର ନଜର ଆସିଛି, ତେଣୁ ଜଣା ପଡୁନାହିଁ ଯେ ଏହା ତାଙ୍କର ପ୍ରଥମ ଫିଲ୍ମ ବୋଲି ।

ତେବେ ଏହି ଫିଲ୍ମ ଲଭରାତ୍ରୀର ପ୍ରଥମ ଟ୍ରେଲର ରିଲିଜ ହେବା ପରେ ଏକ ଧାର୍ମିକ ସଂଗଠନର ମୁଖ୍ୟ ବୟାନ ଦେଇଥିଲେ ଯେ ଏହି ଫିଲ୍ମର ଟାଇଟଲ ଏକ ସ୍ୱତନ୍ତ୍ର ଶ୍ରେଣୀର ଭାବନାକୁ ଆହତ ଦେଉଛି । କଥା ସେତେବେଳେ ବିଗିଡି ଗଲା ଯେତେବେଳେ ମୁଜଫରପୁର, ବିହାର ଅଦାଲତରେ ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଲାଗି ଆଦେଶ ଦିଆଗଲା ।

ଏହି ସବୁକୁ ନଜର ରଖି ଶେଷରେ ସଲମାନ ଖାନ ଏବଂ ତାଙ୍କ ପ୍ରଡକ୍ସନ ହାଉସ ଫିଲ୍ମର ନାଁ ବଦଳାଇବା ଲାଗି ବାଧ୍ୟ ହେଲେ । ଗତକାଲି ରାତିରେ ସଲମାନ ନିଜ ଟ୍ୱିଟ ମାଧ୍ୟମରେ କରି ଫିଲ୍ମର ନାଁ ବଦଳାଇ ଥିବା ଜଣାଛନ୍ତି । ଫିଲ୍ମର ନାଁ ବଦଳାଇ ‘ଲବରାତ୍ରୀ’ ବଦଳରେ ‘ଲବୟାତ୍ରୀ’ ରଖାଯାଇଛି ।

ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଏହି ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲରରେ କିଛି ମନମତାଣିଆ ଡାଏଲଗ ଶୁଣିବାକୁ ମିଳିଛି । ଯାହା ଆପଣଙ୍କୁ ନିଶ୍ଚୟ ଫିଲ୍ମ ଦେଖିବା ଲାଗି ଉତ୍ସାହ ବୃଦ୍ଧି କରାଇବ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିରାଜ ମୀନାବାଲା । ଅଭିରାଜ ଏହା ପୂର୍ବରୁ ଫ୍ୟାନ, ଗୁଣ୍ଡେ ଏବଂ ସୁଲତାନ ଭଳି ଫିଲ୍ମରେ କାମ କରିସାରିଲେଣି । ଫିଲ୍ମ ଲବୟାତ୍ରୀରେ ଆୟୁଷ ଏବଂ ବରୀନାଙ୍କ ବ୍ୟତୀତ ରୋନିତ ରୟ ଏବଂ ରାମ କପୂର ମଧ୍ୟ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More