Only for Entertainment

ସଲମାନଙ୍କ ଜନ୍ମଦିନରେ କାହିଁକି ଏକ ବେବି ଗର୍ଲକୁ ଜନ୍ମ ଦେଲେ ଭଉଣୀ ଅର୍ପିତା?

37

ସଲମାନ ଖାନଙ୍କ ପାଇଁ ୨୦୧୯ ଖୁବ ଭଲ ଥିଲା । ବର୍ଷ ଶେଷ ହେଉ ହେଉ ସଲମାନଙ୍କୁ ମିଳିଲା ଏକ ବଡ଼ ଉପହାର । ତାଙ୍କ ଭଉଣୀ ଅର୍ପିତା ଏକ ବେବି ଗର୍ଲଙ୍କୁ ଜନ୍ମ ଦେଇଛନ୍ତି । ସବୁଠାରୁ ଖାସ କଥା ହେଉଛି ସଲମାନଙ୍କ ଜନ୍ମଦିନରେ ଅର୍ପିତା ବେବି ଗର୍ଲ ଆୟତଙ୍କୁ ଜନ୍ମ ଦେଇଛନ୍ତି । ଏବେ ଏହାକୁ ନେଇ ଆୟୁଷ ଖୁଲାସା କରିଛନ୍ତିଯେ କାହିଁକି ସଲମାନଙ୍କ ଜନ୍ମଦିନରେ ଅର୍ପିତା ବେବି ଗର୍ଲଙ୍କୁ ଜନ୍ମ ଦେଲେ ।

 

ଆୟୁଷଙ୍କ କହିବା ଅନୁସାରେ ସଲମାନ ଭାଇଙ୍କ ଜନ୍ମଦିନରେ ଆୟତଙ୍କୁ ସ୍ୱାଗତ କରିବା ଖୁବ ଶୁଭ । ଗୋଟିଏ ପାଶ୍ୱର୍ରେ ଏହା ସଲମାନ ଭାଇଙ୍କ ପାଇଁ ଏକ ଉପହାର ଥିବାବେଳେ ଆମ ପାଇଁ ଆଶୀର୍ବାଦ । ସେ ଏହା ମଧ୍ୟ କହିଛନ୍ତିଯେ ସଲମାନ ଭାଇଙ୍କ ଜନ୍ମଦିନରେ ଆୟତଙ୍କ ଜନ୍ମ ହୋଇ ଥିବାରୁ ମୋତେ ଖୁବ ଲାଭ ମିଳିବ । କାରଣ ମୋତେ କୌଣସି ପାର୍ଟି ଦେବାକୁ ପଡ଼ିବ ନାହିଁ । କାରଣ ଅର୍ପିତାଙ୍କୁ ବଡ଼ ବଡ଼ ପାର୍ଟି କରିବା ପସନ୍ଦ ନୁହେଁ । ଏହା ସହିତ ମୁଁ ଭାବୁଥିଲି ମୋତେ ଆହିଲ ଏବଂ ଆୟତଙ୍କ ଜନ୍ମଦିନ ପାଇଁ କେତେ ଟଙ୍କା ରୋଜଗାର କରିବାକୁ ପଡ଼ିବ । ଆୟୁଷ ସୋସିଆଲ ମିଡିଆରେ ଝିଅର କିଛି ଫଟୋ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More