Only for Entertainment

ସୋସିଆଲ ମିଡିଆରେ ଟାଟୁ କରିବାର ଭିଡିଓ ସେୟାର କଲେ ଅର୍ଜୁନ କପୁର, ଜାଣନ୍ତୁ କ’ଣ ଏହି ଟାଟୁର ଅର୍ଥ

latestly
207

ବଲିଉଡ ଅଭିନେତା ଅର୍ଜୁନ କପୁର ନିଜ ଶରୀରରେ ଦ୍ୱିତୀୟ ଟାଟୁ କରାଇଛନ୍ତି । ସୋସିଆଲ୍ ମିଡିଆରେ ଟାଟୁ କରିବାର ଭିଡିଓ ସେୟାର୍ କଲେ ଅଭିନେତା ଅର୍ଜୁନ୍ କପୁର୍ । ‘ପର୍ ଆର୍ଡୁଆ ଆଡ୍ ଆଷ୍ଟ୍ରା’ । ଲାଟିନ୍ ଭାଷାର ଏହି ପଂକ୍ତିକୁ ନିଜ ହାତରେ ଖୋଦାଇଛନ୍ତି ବଲିଉଡ୍ ଇସକଜାଦେ । ଯାହାର ଅର୍ଥ ହେଉଛି – କଷ୍ଟରୁ ଉଠି ତାରକା ହେବା । ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହ ଅର୍ଜୁନ୍ ଲେଖିଛନ୍ତି, ମୁଁ ଅନେକ ଦିନରୁ ଆଉ ଏକ ଟାଟୁ କରିବି ବୋଲି ଚିନ୍ତା କରି ଆସୁଥିଲା । ଆଉ ଏହାଠାରୁ ଭଲ ମତେ କିଛି ମିଳିଲା ନାହିଁ ।

ସୋମବାର ଅର୍ଜୁନ ଏହି ନୂଆ ଟାଟୁର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ବାମ ହାତରେ ବାହରୁରେ ଅର୍ଜୁନ ଏହି ଟାଟୁ କରିଛନ୍ତି । ଫଟୋ ପରେ ଅର୍ଜୁନ ଏବେ ଟାଟୁ ମେକିଂ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

 

View this post on Instagram

 

Per Ardua Ad Astra – From adversity to the stars. Finally got my second tattoo! Courtesy – @saviodsilvasfineartstudio

A post shared by Arjun Kapoor (@arjunkapoor) on

କହିରଖୁଛୁ ଯେ, ଅର୍ଜୁନ ଏବେ ମଲାଇକା ଅରୋରାଙ୍କ ସହିତ ଲିଙ୍କଅପ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନେକ ସମୟରେ ଏହି ଲଭ ବାର୍ଡସଙ୍କୁ ଏକାଠି ଦେଖିବାକୁ ମିଳେ । ଫିଲ୍ମ ବିଷୟରେ କହିବାକୁ ଗଲେ ଅର୍ଜୁନ ଏବେ ଫିଲ୍ମ ‘ପାନୀପତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଶେଷ ଥର ପାଇଁ ସେ ଇଣ୍ଡିଆଡ ମୋଷ୍ଟ ୱାଣ୍ଟେଡ ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More