ସଲମାନ କହିବାରୁ ଓଜନ କମ କରିଥିଲେ ସୋନାକ୍ଷୀ, ଏହା ହେଉଛି କାରଣ
ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିର ଏଭଳି ଜଣେ ଅଭିନେତା ଯିଏ ତାଙ୍କ ଫିଲ୍ମ କ୍ୟାରିଅରରେ କେତେକ ଆକ୍ଟର ଏବଂ ଆକ୍ଟ୍ରେସଙ୍କୁ ଲଂଚ କରିଛନ୍ତି । ସେଥିପାଇଁ ତାଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଗଡ଼ ଫାଦର କୁହାଯାଏ । ସେମାନଙ୍କ ମଧ୍ୟରୁ ଜଣେ ସୋନାକ୍ଷୀ ସିହ୍ନା । ସଲମାନ ତାଙ୍କ ସୁପରହିଟ ଫିଲ୍ମ ଦବଙ୍ଗ’ରେ ସୋନାଙ୍କୁ ଲଂଚ କରିଥିଲେ । ସେହି ଦିନଠାରୁ ସୋନାକ୍ଷୀ ଦବଙ୍ଗ ସିରିଜର ନାୟିକା ହୋଇ ଯାଇଛନ୍ତି ।
ନିକଟରେ ଏକ ଇଂଟରଭ୍ୟୁରେ ସୋନାକ୍ଷୀ ଏକ କଥାର ଖୁଲାସା କରିଛନ୍ତି । ତାଙ୍କ କହିବା ମୁତାବକ ସେ ଫ୍ୟାଶନ ଶୋ’ରେ ଅଡିୟନ୍ସ ମ୍ୟାନେଜର ଭାବରେ କାମ କରୁଥିଲେ । ସେହି ସମୟରେ ସଲମାନ ଦର୍ଶକ ଭାବରେ ଉପସ୍ଥିତ ଥିଲେ ଏବଂ ସେ ସୋନାକ୍ଷୀଙ୍କୁ ଓଜନ କମ କରିବା ପାଇଁ କହିଥିଲେ । କାରଣ ସେ ସୋନାଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ ।
ଭଲ ଖବର ଦେବାପରେ ସଲମାନ ସୋନାଙ୍କୁ ଟ୍ରିଟ ମାଗିଥିଲେ । ସୋନା କହିଛନ୍ତିଯେ ସେଦିନ ମୋ ପାଖରେ ୩ ହଜାର ଥିଲା ଏବଂ ତାଙ୍କୁ ବାହାରକୁ ନେବାପାଇଁ ମୋତେ ଖରାପ ଲାଗିଥିଲା । ଅବଶ୍ୟ ଏହି କଥାକୁ ବହୁ ଦିନ ହୋଇଗଲାଣି । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଫିଲ୍ମ ‘ଖାନଦାନୀ ସଫାଖାନା’ରେ ନଜର ଆସିବେ ।