Only for Entertainment

‘କୁଲି ନମ୍ବର ୧’ ଫିଲ୍ମର ରିମେକରେ ନଜର ଆସିବେ ଜନି ଲିବର !

42

ନିର୍ଦ୍ଦେଶକ ଡେବିଡ ଧୱନ ନିଜ ପ୍ରସିଦ୍ଧ ଫିଲ୍ମ ‘କୁଲି ନମ୍ବର୧’ର ରିମେକ ବନାଉଛନ୍ତି । ଏହି କମେଡି ଫିଲ୍ମରେ ବରୁଣ ଧୱନ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବେ ଏଭଳି ଖବର ସାମ୍ନାକୁ ଆସିଥିଲା ଯେ ଫିଲ୍ମରେ କାଦର ଖାନଙ୍କ ଭୂମିକା ପରେଶ ରାୱଲ ତୁଲାଇବେ ।

ଏବେ ଖବର ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ କମେଡିଆନ ଜନି ଲିବର ମଧ୍ୟ ନଜର ଆସିବେ । ଶୁଣିବାକୁ ମିଳିଛି ଯେ ଜନି ଲିବର ଏଥିରେ ସେହି ଇନସ୍ପେକ୍ଟର ଭୂମିକା ତୁଲାଇବେ ଯିଏ ମୂଳ ଫିଲ୍ମରେ ଟିକୁ ତଲସାନିଆ ତୁଲାଇଥିଲେ । ଏହି ବିଷୟରେ ଜନି କହିଛନ୍ତି ଯେ ସେ ଡେବିଡଙ୍କ ସହ ଦିୱାନା ମସ୍ତାନା, ଦୁଲ୍ହନ ହମ ଲେ ଜାୟେଙ୍ଗେ, ଜୁଡୱା୨ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଏବେ ତାଙ୍କ ସହ ପୁଣି ଥରେ କାମ କରିବାକୁ ମଜା ଆସିବ ବୋଲି କହିଛନ୍ତି ଜନି ଲିବର ।

ସୁପର ଅଭିନେତା ବରୁଣଙ୍କ ସହ କାମ କରିବାକୁ ଭଲ ଲାଗିବ ବୋଲି କହିଛନ୍ତି ଜନି ଲିବର, ଏହି ଫିଲ୍ମର ସୁଟିଂ ଅଗଷ୍ଟ ୫ରେ ବ୍ୟାଂକକ୍ ରେ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ୧ମେ’ରେ ଏହି ଫିଲ୍ମ ରିଲିଜ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More