Only for Entertainment

ସାମ୍ନାକୁ ଆସିଲା ଅର୍ଜୁନ ରାମପାଲଙ୍କ ପୁଅର ପ୍ରଥମ ଫଟୋ, ଦେଖନ୍ତୁ

Hindustan Times
33

ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଗୁରୁବାର ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଏକ ବେବି ବୟକୁ ଜନ୍ମ ଦେଇଛନ୍ତି । ଏହା ସହିତ ଅର୍ଜୁନ ତୃତୀୟ ଥର ପାଇଁ ପିତା ହୋଇଛନ୍ତି । ନିକଟରେ ଗାବ୍ରିଏଲା ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ ଏବଂ ‘ବେବି ବୟ’ର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଛୁଆର କେବଳ ହାତ ଦେଖିବାକୁ ମିଳିଛି । ଅର୍ଜୁନ ଛୁଆକୁ କୋଳରେ ଧରି ଦେଖିଥିବାର ନଜର ଆସିଛନ୍ତି ।

କହିରଖୁଛୁ ଯେ, ଅର୍ଜୁନଙ୍କୁ ହିନ୍ଦୁଜା ହସ୍ପିଟାଲ ବାହରେ ଗୁରୁବାର ସ୍ପଟ କରାଯାଇଥିଲା । ସେ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କୁ ନେଇ ହସ୍ପିଟାଲରେ ପହଁଚିଥିଲେ । ସାଥିରେ ଅର୍ଜୁ ରାମପାଲଙ୍କ ଦୁଇ ଝିଅ ମାହିକା ଏବଂ ମାୟରା ମଧ୍ୟ ଥିଲେ । ଏହା ସହିତ ଗାବ୍ରିଏଲଙ୍କ ମା-ବାପା ମଂଧ୍ୟ ଆସି ମୁମ୍ବାଇରେ ପହଁଚିଥିଲେ । ସିଜରିଆନ ଜରିଆରେ ଗାବ୍ରିଏଲା ଛୁଆକୁ ଜନ୍ମ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅର୍ଜୁନଙ୍କୁ ଶେଷଥର ପାଇଁ ଜେପି ଦତ୍ତାଙ୍କ ଫିଲ୍ମ ପଲଟନରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ବ୍ୟତିତ ଜ୍ୟାକି ଶ୍ରଫ, ସୋନୁ ସୁଦ, ଗୁରମିତ ଚୌଧରୀ, ହର୍ଷବର୍ଦ୍ଦନ ରାଣେଙ୍କ ପରି କଳାକାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More