Only for Entertainment

କସୌଟି ଜିନ୍ଦେଗୀ କେ’ର ପାର୍ଥ ସମଥାନଙ୍କ ବାପାଙ୍କୁ ନେଇ ଆସିଲା ଖରାପ ଖବର । ତତକ୍ଷଣାତ ସୁଟିଂ ବନ୍ଦ ।

bollywoodlife
34

କସୌଟି ଜିନ୍ଦେଗୀ କେ ଟୁ’ର ଆକ୍ଟର ପାର୍ଥ ସମଥାନଙ୍କୁ ନେଇ ଆସିଛି ଖରାପ ଖବର । ଖବର ଅନୁସାରେ ଗତ ଶୁକ୍ରବାର ରାତିରେ ପାର୍ଥ ସମଥାନଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ପାର୍ଥଙ୍କ ବାପା ଗୁରୁବାର ରାତିରେ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଖବର ପାର୍ଥଙ୍କୁ ମିଳିବା ମାତ୍ରେ ସେ ତତକ୍ଷଣାତ ସୁଟିଂ ଛାଡ଼ି ମୁମ୍ବାଇରୁ ପୁଣେ ବାହାରିଥିଲେ । ସେଠାରେ ପହଂଚିବା ପରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ । ତାଙ୍କ ବାପାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଖବର ଅନୁସାରେ ଏହି ଘଟଣାରେ ପାର୍ଥଙ୍କୁ ଗଭୀର ଦୁଃଖ ପହଂଚିଛି । ସେ ତାଙ୍କ ବାପାଙ୍କର ଖୁବ ନିକଟତର ଥିଲେ । ସୁଟିଂ ସେଟରେ ଏହି ଖବର ପହଂଚିବା ପରେ ସମସ୍ତେ ଦୁଃଖି ହୋଇ ଯାଇଛନ୍ତି । ତେଣୁ କସୌଟି ଜିନ୍ଦେଗୀ କେ ଟୁ’ର ଆଜିର ସୁଟିଂ ରବ୍ଦ କରାଯାଇଛି । ପାର୍ଥଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ କୋ-ଷ୍ଟାରମାନେ ପାର୍ଥଙ୍କ ଘର ପୁଣେକୁ ବାହାରି ଯାଇଛନ୍ତି ।

କହିରଖୁଛୁଯେ ପାର୍ଥଙ୍କ ପରିବାର ପୁଣେରେ ରହୁଛନ୍ତି । କିଛି ଦିନ ପୂର୍ବରୁ ପାର୍ଥ ତାଙ୍କ ବାପାମାଙ୍କ ପାଇଁ ମୁମ୍ବାଇରେ ଘର କିଣିଥିଲେ, ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ । ପାର୍ଥ ଲେଖିଥିଲେଯେ ମୋ ବାପା ମା’ଙ୍କ ପାଇଁ ଖାସ ଉପହାର । ମୁମ୍ବାଇରେ ମୋର ନିଜ ଘର । ଘର କିଣିବା ପରେ ମୋତେ କେତେ ଖୁସି ଲାଗୁଛି ମୁଁ ତାହା ପ୍ରକାଶ କରିପାରିବି ନାହିଁ । ନିଜ କ୍ୟାରିଅର କରିବାକୁ ଏବଂ ସ୍ୱପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲି । ମୁଁ ଭଗବାନଙ୍କୁ ଧନ୍ୟବାଦ ଜଚ୍ଚାଇବାକୁ ଚାହୁଁଛି, କାରଣ ସେ ମୋ ସ୍ୱପ୍ନ ସାକାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More