Only for Entertainment

‘ଜମାଇ ରାଜା’ ଫେମ ନିୟା ଶର୍ମା କରିବେ ବଲିଉଡ ଡେବ୍ୟୁ, ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବ ତାଙ୍କର ଲୁକ

whatinindia
0 47

ଟେଲିଭିଜନ ଅଭିନେତ୍ରୀ ନିୟା ଶର୍ମା ତାଙ୍କର ଅଭିନୟ ଛଡା ତାଙ୍କ ବୋଲ୍ଡ ଲୁକ ପାଇଁ ବେଶ ଚର୍ଚ୍ଚାରେ । ଅନେକ ଟିଭି ଶୋ’ ଏବଂ ୱେବ ସିରିଜ କରିବା ପରେ ନିୟା ବର୍ତ୍ତମାନ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଖବର ଅନୁସାରେ ନିୟା ବିକ୍ରମ ଭଟ୍ଟଙ୍କ ମୁଭି ଜରିଆରେ ରୂପେଲି ପରଦାରେ ଏଣ୍ଟ୍ରି କରିବେ ।

nia_sharma_new

ସୂଚନା ଅନୁସାରେ ବିକ୍ରମ ନିଜର ନୂଆ ଫିଲ୍ମର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ନୂଆ ଫିଲ୍ମ ପାଇଁ ଥ୍ରିଲର ମାଷ୍ଟରମାଇଣ୍ଡ ବିକ୍ରମ ଭଟ୍ଟ ନିୟା ଶର୍ମାଙ୍କୁ ସାଇନ କରିଛନ୍ତି । ଖବର ଅନୁସାରେ ବିକ୍ରମ ନିଜର ନୂଆ ଫିଲ୍ମ ଜରିଆରେ କିଛି ଭିନ୍ନ କରି ଦର୍ଶକଙ୍କୁ ସରପ୍ରାଇଜ କରିବାର ଯୋଜନା ରଖିଛନ୍ତି । ଷ୍ଟୋରୀ ବ୍ୟତିତ ନିୟଙ୍କ ଲୁକ ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ଏହି ଫିଲ୍ମ ପାଇଁ ଅଭିନେତାଙ୍କ ନାମକୁ ଏପର୍ଯ୍ୟନ୍ତ ଫାଇନାଲ କରାଯାଇନାହିଁ ।

nia-sharma_

ନିୟା ବିକ୍ରମ ଭଟ୍ଟଙ୍କ ୱେବ ସିରିଜ ଟୁଇଷ୍ଟେଡ ଏବଂ ଅନଟଚେବୁଲରେ ମଧ୍ୟ ନଜର ଆସିଛନ୍ତି । ଏହି ୱେବ ସିରିଜରେ ନିୟାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଥିଲା । ଏବଂ ଏହି ଦୁଇଟି ୱେବ ସିରିଜ ହିଟ ମଧ୍ୟ ହୋଇଥିଲା । ବର୍ତ୍ତମାନ ନିୟା ଟୁଇଷ୍ଟେଡ-୨ରେ କାମ କରୁଛନ୍ତି । ଏହି ୱେବ ସିରିଜରେ ଆଲିୟା ମୁଖାର୍ଜୀଙ୍କ କାହାଣୀକୁ ଦର୍ଶାଯାଇଛି ।

nia-collage

ନିୟା ଶର୍ମା ନିକଟରେ ନିଜ ମେକଅପକୁ ନେଇ ଟ୍ରୋଲ ହୋଇଥିଲେ । ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ସିଲଭର ରଙ୍ଗର ଲିପଷ୍ଟିକ ଲଗାଇଥିଲେ । ତାଙ୍କର ଏହି ଲିପଷ୍ଟିକୁ ନେଇ ଲେକେ ଖୁବ ମଜାକ ଉଡାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More