Only for Entertainment

ସୋନାକ୍ଷୀ ସିହ୍ନ ହେଲେ ଗିରଫ ? ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ !

534

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଫିଲ୍ମ ‘ମିଶନ ମଙ୍ଗଲ’କୁ ନେଇ ଖୁବ ଉତ୍ସାହ ଥିଲା ବେଳେ, ଏହା ସ୍ୱାଧୀନତା ଦିବସରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ସୋନାକ୍ଷୀ ଏକ ବଡ ଅସୁବିଧାରେ ଫସି ଯାଇଥିବା ଯାହା ନଜର ଆସିଛି । ସୋସିଆଲ ମିଡିଆରେ ସୋନାକ୍ଷୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି କିଭଳି ହାତକଡି ପିନ୍ଧିଛନ୍ତି ଏବଂ ସୋନାକ୍ଷୀ କହୁଥିବା ନଜର ଆସିଛନ୍ତି କ୍ୟା କର ରହେ ହୋ ୟାର? ମୋତେ ଆରେଷ୍ଟ ଏମିତି କେମିତି କରି ପାରିବ ?

ଅସଲରେ ଭିଡିଓ ଅସଲି କି ନକଲି ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ ଏବଂ ହୁଏତ ଏହା କୌଣସି ପ୍ରମୋସନାଲ ଭିଡିଓ ପାଇଁ ସୁଟ କରାଯାଇଛି ।

ଏହାବ୍ୟତୀତ ସୋନାକ୍ଷୀଙ୍କର ଆଉ ଏକ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ତରବର ହୋଇ ବାହାରକୁ ବାହାରି ଯାଉଥିବା ଦେଖିବାକୁ ମିଳିଛି । ତେବେ ଅସଲ କଥା କଣ ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ । ଏଠାରେ ସୋନାକ୍ଷୀଙ୍କ ବିଷୟରେ କହିବାକୁ ଗଲେ ଫିଲ୍ମ ‘ମିଶନ ମଙ୍ଗଲ’ରେ ଖୁବ ଶୀଘ୍ର ନଜର ଆସିବେ । ଏହି ଫିଲ୍ମର କାହାଣୀ ଚନ୍ଦ୍ରଯାନକୁ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ସୋନାକ୍ଷୀଙ୍କ ବ୍ୟତୀତ ଅକ୍ଷୟ କୁମାର, ବିଦ୍ୟା ବଲା. ତାପସୀ ପନ୍ନୁ ଏବଂ କିର୍ତ୍ତି କୁଲ୍ହାରୀ ମଧ୍ୟ ନ୍ଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More