Only for Entertainment

ବାହୁବଳୀର ଏହି ଅଭିନେତ୍ରୀଙ୍କ ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ, ଶିବରାତ୍ରୀ ଉପଲକ୍ଷେ କରିଥିଲେ ନୃତ୍ୟ

Wallpaper Clicker
0 114

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କର ମହାଶିବରାତ୍ରୀ ଅବସରରେ ଡ୍ୟାନ୍ସ କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ତମନ୍ନା ମହାଶିବରାତ୍ରୀ ଭଳି ପବିତ୍ରୀ ଦିନରେ ସଦଗୁରୁଙ୍କର ଇଶା ଯୋଗ କେନ୍ଦ୍ରରେ ପହଁଚିଥିଲେ ।

ବ୍ଲକବଷ୍ଟର ଫିଲ୍ମ ବାହୁବଳୀରେ କାମ କରିଥିବା ତମନ୍ନା ଭାଟ୍ଟିଆ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘କନେ କଲାଇ ମାନେ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଯାହାର ସୁଟିଂ ମଦୁରଇରେ ଚାଲିଛି । ଶିବରାତ୍ରୀରେ ସୁଟିଂ ଶେଷ କରିବା ପରେ ସେ ଇଶା ଯୋଗ କେନ୍ଦ୍ରରେ ଶିବରାତ୍ରୀ ପାଳନ କରିବା ପାଇଁ ପହଁଚିଥିଲେ ।

ତମନ୍ନା ସେଠାରେ ପହଁଚି ନା କେବଳ ଡ୍ୟାନ୍ସ କରିଥିଲେ ବରଂ ସେଠାରେ ରାତି ବିତାଇବା ସହିତ ସବୁ ଉତ୍ସବରେ ଯୋଗ ଦେଇଥିଲେ । ଉତ୍ସବରେ ତମନ୍ନାଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତମନ୍ନା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି କହିଥିଲେ ଏହି ଶିବରାତ୍ରୀ ତାଙ୍କର ସବୁଠାରୁ ସ୍ମରଣୀୟ । ଏହି ଭିଡିଓର କ୍ୟାପସନରେ ସେ ଲେଖିଥିଲେ ଯେ, ‘ସଦଗୁରୁଙ୍କ ଉପସ୍ଥିତିରେ ମହାଶିବରାତ୍ରୀ ପାଳନ କରାଯାଇଛି । ଏଠାରେ ସମୟ ବିତାଇବା ଏକ ଜାଦୂୁଗରୀ ଅନୁଭୂତି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More