Only for Entertainment

ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ଫ୍ଲପ ହେବାପରେ ପ୍ରଥମ ଥର ମୁହଁ ଖୋଲିଲେ ଆମୀର ଖାନ ।

youtube
45

ହାଇବଜେଟ ଓ ସୁପରଷ୍ଟାରଙ୍କ ଅଭୀନିତ ଫିଲ୍ମ ଥଗସ ଅଫ ହିନ୍ଦୁସ୍ତାନ ବକ୍ସ ଅଫିସରେ ଫ୍ଲପ ହେବା ପରେ ଟିମ ନିରାଶ ହୋଇଛି ।ଅନ୍ୟପଟେ ଏନେଇ କିଏ ଦୁର୍ବଳ କାହାଣୀକୁ ଦାୟୀ କରୁଛି ତ ପୁଣି ପିକଚରାଇଜେନ ଉପର ପ୍ରଶ୍ନ ଉଠାଉଛି ।ଏହାର ଭିତରେ ଫିଲ୍ମ ଫ୍ଲପ ହେବା ନେଇ ପ୍ରଥମ ଥର ପାଇଁ ବୟାନ ରଖିଛନ୍ତି ଆମୀର ଖାନ୍ ।ଫିଲ୍ମ ଫ୍ଲପ ହେବା ପଛରେ ଟିମ ପକ୍ଷରୁ କୌଣସି ନା କୌଣସି ତ୍ରୁଟି ରହିଯାଇଥିବା ଆମୀର କହିଛନ୍ତି ।ଏଥିସହ ଫ୍ୟାନଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି । ଆମୀର ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି । ଏଥରକ ଦର୍ଶକଙ୍କ ଭରଷା ଜିତିବାରେ ବିଫଳ ହୋଇଥିବା ଯୋଗୁଁ ଟିମ ନିରାଶ ହୋଇଛି ।ଦର୍ଶକଙ୍କୁ ଏନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।୨ବର୍ଷର ପରିଶ୍ରମ ଓ ହାଇବଜେଟକୁ ନେଇ ନିର୍ଦ୍ଦେଶକ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଥଗସ ଅଫ ହିନ୍ଦୁସ୍ତାନର ନିର୍ମାଣ କରିଥିଲେ ।ଅମିତାଭ ବଚ୍ଚନ,ଆମୀର ଖାନ,କ୍ୟାଟ୍ରିନା କୈଫ ଓ ସାନା ଶେଖଙ୍କ ପରି ସେଲେବୁଲ ଷ୍ଟାରଙ୍କ ଅଭିନୟ ରହିବା ସତ୍ୱେ ବକ୍ସ ଅଫିସରେ ବିଶେଷ କିଛି କମାଲ କରିପାରିନି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More