Only for Entertainment

ଶେଷ ହେଲା ବିଗ ଗେମ ଶୋ କେବିସି ।ଭାବବିହ୍ୱଳ ହେଲେ ଅମିତାଭ ।

Mytimesnow
30

ପପୁଲାର ଗେମ ଶୋ କୌନ ବନେଗା କରୋଡ ପତି ସିଜନ ୧୦ ଶେଷ ହୋଇଛି ।ଶେଷ ଏପିସୋଡରେ ଭାବବିହ୍ୱଳ ହୋଇପଡିଛନ୍ତି ଶୋର ହୋଷ୍ଟ ଅମିତାଭ ବଚ୍ଚନ ।ବିଗ ବି କହିଛନ୍ତି ଶୋ ହେବା ସହ ସୁଟିଂ ମଧ୍ୟ ଶେଷ ହୋଇଛି ।କିଛି ଦିନ ଧରି ଶୋ ପାଇଁ ସୁଟିଂ କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା ।ଏବେ ଶୋ ହେବା ଯୋଗୁଁ କେବିସି ସୁଟିଂ ସେଟକୁ ସେ ମନେ ପକାଇବେ ବୋଲି କହିଛନ୍ତି ।ଏଥିସହ କହିଛନ୍ତି କେବିସି ସେଟରେ ସ୍ମୃତି ଓ ଅନୁଭୂତି ତାଙ୍କ ମନରେ ସବୁବେଳେ ରହିଛି ଓ ରହିବ ।ବିଦାୟ ସବୁବେଳେ କଷ୍ଟକର ହୋଇଥାଏ ସତ କିନ୍ତୁ ଏହା ଏକ ନୂଆ ଆରମ୍ଭର ସମ୍ଭାବନା ବୋଲି ସେ କହିଛନ୍ତି ।


ଦର୍ଶକଙ୍କ ପୋଷ୍ଟ ଦେଖି ଜଣାପଡ଼ୁଛି ଦର୍ଶକ ଏହି ଗେମ ଶୋ’କୁ କେତେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More