Only for Entertainment

ଗୋଲ୍ଡ ଫିଲ୍ମ ସଫଳତା ଖୋଲିଲା ଅଭିନେତ୍ରୀ ମୋନୀଙ୍କ ଭାଗ୍ୟ !

TellyChakkar
0 37

ମୋନୀ ରୟ ଯେତେବେଳେ ଅକ୍ଷୟ କୁମାରଙ୍କ ଗୋଲ୍ଡ ଫିଲ୍ମ ସାଇନ କରିଥିଲେ, ସେତେବେଳେ କେହି ବି ଭାବି ନଥିଲେ ଯେ ଏହା ପରେ ତାଙ୍କ ପାଇଁ ବଲିଉଡର ସବୁ ଦ୍ୱାର ଖୋଲା ହୋଇଯିବ । ସମସ୍ତେ କହୁଥିଲେ ବଲିଉଡରେ ମୋନିଙ୍କ ଭାଗ୍ୟ ଗୋଲ୍ଡ ରିଲିଜ ହେବା ପରେ ହିଁ ଜଣା ପଡିବ । ମୋନୀ ନିଜର ପରିଶ୍ରମ ବଳରେ ବଲିଉଡ ଜଗତରେ ଧମାଲ ମଚାଇଛନ୍ତି । ଗୋଲ୍ଡ ଫିଲ୍ମର ୭ଦିନ ଯାତ୍ରା ହେଉ ହେଉ ମୋନୀଙ୍କୁ ମିଳିଛି ବଡ ବଡ ଫିଲ୍ମ । ଆଗକୁ ମୋନୀଙ୍କ ପାଇଁ ରହିଛି ଆହୁରୀ ୩ଟି ଫିଲ୍ମ ।

ବ୍ରହ୍ମାସ୍ତ୍ର:
ଧର୍ମା ପ୍ରଡକ୍ସନ ଅନ୍ତର୍ଗତ ପ୍ରସ୍ତୁତ ହେଉଥିବା ଫିଲ୍ମର ଘୋଷଣା ଗୋଲ୍ଡ ରିଲିଜ ପୂର୍ବରୁ ହୋଇଥିଲା । ଏହି ଫିଲ୍ମରେ ନଜର ଆସିବେ ମୋନୀ ରୟ, ଆଲିୟା ଭଟ୍ଟ, ରଣବୀର କପୂର ଏବଂ ଅମିତାଭ ବଚ୍ଚନଙ୍କ ଭଳି କଳାକାର ।

ରା:
ଯେତେବେଳେ ରା ଫିଲ୍ମର ଘୋଷଣା କରାଯାଇଥିଲା ସେତେବେଳେ ରା’ର କାଷ୍ଟ ସମ୍ପୂର୍ଣ୍ଣ ଭିନ୍ନ ଥିଲା ମାତ୍ର ଏହି ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏଥିରେ ଜନ ଇବ୍ରାହିମ ଏବଂ ମୋନୀ ରୟ ଏଂଟ୍ରି କରିଛନ୍ତି । ତେବେ ଜନ ଏହି ଫିଲଚ୍ମରେ ଜାସୁସ ଭୂମିକା ତୁଲାଉଥିବା ବେଳେ ମୋନୀଙ୍କ ଭୂମିକାର ସ୍ପଷ୍ଟ କିଛି ଖୁଲାସା ହୋଇ ନାହିଁ ।

ମେଡ ଇନ ଚାଇନା:
ଫିଲ୍ମ ମେଡ ଇନ ଚାଇନାରେ ମୋନୀ ଜଣେ ଗୁଜୁରାତି ପତ୍ନୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନଜର ଆସିବେ ଭର୍ସଟାଇଲ ଆକ୍ଟର ରାଜକୁମାର ରାଓ । ଫ୍ରେସ ରିପୋର୍ଟ ମୁତାବକ ମୋନୀ ବର୍ତ୍ତମାନ ଏହି ଫିଲ୍ମ ପାଇଁ ଗୁଜୁରାତି ଶିଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More