Only for Entertainment

ସୋନୁ ସୁଦଙ୍କ ପରେ ଏହି ଅଭିନେତ୍ରୀ ଛାଡ଼ିଲେ ଫିଲ୍ମ ମଣିକର୍ଣ୍ଣିକା ।

dailyhunt
0 34

କଙ୍ଗନା ରାଣାଓ୍ଵତ୍‌ଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ଏବେ ଚର୍ଚ୍ଚାରେ । ଅଭିନେତା ସୋନୁ ସୁଦ୍‌ ଏହି ଫିଲ୍ମ ଛାଡ଼ିବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । କଙ୍ଗନା ଏବଂ ସୋନୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ସୋନୁ ସୁଦ୍‌ ଫିଲ୍ମ ଛାଡ଼ି ଦେଇଥିଲେ । ଏହା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ କ୍ରିସ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରି ସାରିଥିବା ବେଳେ କଙ୍ଗନା ନିଜେ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ ବୋଲି ଜଣା ପଡ଼ିଥିଲା । ତେବେ ଫିଲ୍ମର ଆଉ ଜଣେ ନାୟିକା ଏହି ଫିଲ୍ମ ଛାଡ଼ୁଥିବା ଖବର ସାମ୍ନାକୁ ଆସିଛି । ସ୍ୱାତି ସୋମବାଲ ଏହି ଫିଲ୍ମ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏହି ଫିଲ୍ମରେ ସଦାଶିବ ରାଓ୍ଵଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବାର ଥିଲା ବୋଲି ଜଣା ପଡ଼ିଛି । ତାଙ୍କୁ ୧୦ଦିନ ତଳୁ ହୋଇ ସାରିଥିବା ଏକ ସୁଟିଂକୁ ଆଉ ଥରେ ସୁଟିଂ କରିବା ପାଇଁ କୁହାଯାଇଥିବା କଥା ବିଷୟରେ ପଚରାଯିବା ପରେ, ପ୍ରଡ଼କ୍ସନ ପକ୍ଷରୁ ଆଉ ଥରେ ସୁଟିଂ ହେବ କଥା କୁହାଯାଇ ନାହିଁ ।

ଏହି ଖବର ମୁଁ ଖବର କାଗଜରୁ ଜାଣିବାକୁ ପାଇଲି । ଏହି ଫିଲ୍ମ କରିବାର ୩ଟି କାରଣ ଥିଲେ ଅଭିନେତା ସୋନୁ ସୁଦ୍‌, ନିର୍ଦ୍ଦେଶକ କ୍ରିସ୍‌ ଏବଂ କମଲ ଜୈନ୍‌ । ୩ଜଣଙ୍କ ମଧ୍ୟରୁ ୨ଜଣ ଫିଲ୍ମ ଛାଡ଼ି ସାରିଛନ୍ତି ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିରେ ସେ ଆଉ ଥରେ ସୁଟିଂ କରିବେ କି ନାହଁ ତାହା ସ୍ଥିର କରି ନଥିବା ବେଳେ ଫିଲ୍ମ ଛାଡ଼ି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More