Only for Entertainment

ଆରମ୍ଭ ହେଲା ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁଅ ଅହାନଙ୍କ ଡେବ୍ୟୁ ଫିଲ୍ମର ସୁଟିଂ, ସାମ୍ନାକୁ ଆସିଲା ପ୍ରଥମ ଲୁକ

zee news
52

ବଲିଉଡରେ ଏବେ ଷ୍ଟାର କିଡଙ୍କ ଡେବ୍ୟୁ ଟ୍ରେଣ୍ଡରେ ରହିଛି । ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ଠାରୁ ଆରମ୍ଭ କରି ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଲିଉଡରେ ଚଳିତ ବର୍ଷ ଏଣ୍ଟ୍ରି କରିଛନ୍ତି । ଏହି ଲିଷ୍ଟରେ ଏବେ ଆକ୍ସନ ଷ୍ଟାର ସୁନିଲ ଶେଟ୍ଟୀଙ୍କ ପୁଅ ଅହାନଙ୍କ ନାମ ସାମିଲ ହୋଇଛି । ସୁନିଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ନିଜର ପ୍ରଥମ ବଲିଉଡ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହା ୨୦୧୮ର ସୁପରହିଟ ତେଲଗୁ ଫିଲ୍ମ ‘ଆରଏକ୍ସ ୧୦୦’ର ହିନ୍ଦୀ ରିମେକ ।

ପ୍ରଡକ୍ସନ କମ୍ପାନୀ ନାଡିୟାଡୱାଲା ଗ୍ରାଣ୍ଡସନ ନିକଟରେ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ପ୍ରଥମ ସୁଟିଂ, ପ୍ରଥମ ଦିନ । ପ୍ରଥମ କ୍ଲାପ । ଏହା ସହିତ ଏହି ସୁନ୍ଦର ଯାତ୍ରା ପାଇଁ ଆମେ ପ୍ରସ୍ତୁତ । ଏହା ସହିତ ଆହରୁ ବହୁତ କିଛି । ଅହାନ ଶେଟ୍ଟୀ, ସାଜିଦ ନାଡିୟାଡୱାଲା, ମିଲନ ଲୁଥରିୟା ଏବଂ ତାରା ସୁତାରିଆ ।’

କହିରଖୁଛୁ ଯେ, ଡ୍ରାମା ଫିଲ୍ମ ‘ଆରଏକ୍ସ ୧୦୦’ର ତେଲଗୁ ସଂସ୍କରଣ ରେ ଅଭିନେତା କାର୍ତ୍ତିକେୟ ଗୁମ୍ମାକୋଣ୍ଡା ଏବଂ ଅଭିନେତ୍ରୀ ପାୟଲ ରାଜପୁତ ନଜର ଆସିଥିଲେ । ତେବେ ଏହାର ରିମେକ ଭର୍ସନରେ ଅଭିନେତା ଅହାନ ଏବଂ ତାରାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଅହାନଙ୍କ ଏହି ଡେବ୍ୟୁ ଫିଲ୍ମର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More