Only for Entertainment

ପାଇଲଟ ହେବାର ସ୍ୱପ୍ନ ପୂରଣ ନହେବାରୁ ଟାଟା ନାନୋକୁ ହେଲିକାପ୍ଟର କଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ndtv
442

ବିହାରର ଜଣେ ବ୍ୟକ୍ତି ପିଲାଟି ଦିନରୁ ପାଇଲଟ ହେବା ପାଇଁ ଇଚ୍ଛା ରଖିଥିଲା । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ନିଜ ଇଚ୍ଛାକୁ ପୂରା କରିପାରି ନଥିଲେ । ଏହା ପରେ ସେ ଯେଉଁ କାମ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବ୍ୟକ୍ତି ଜଣଙ୍କ ନିଜ କାରକୁ ହେଲିକାପ୍ଟରରେ ପରିଣତ କରିଛନ୍ତି । ସେ ନିଜ ଇଚ୍ଛା ଶକ୍ତି ବଳରେ ଟାଟା ନାନୋକୁ ହେଲିକାପ୍ଟରରେ ପରିଣତ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ କେବଳ କାର ଉପରେ ପଙ୍ଖା ଲଗାଇ ନାହାଁନ୍ତି ବରଂ କାର ଭିତରର ଇଣ୍ଟରରିଅରରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

 

 

View this post on Instagram

 

If you don’t know how to fly a helicopter, just make your car look like one! ?? (@ruptly)

A post shared by UNILAD Tech (@uniladtech) on

କାର ଭିତରେ ବ୍ୟକ୍ତି ଜଣଙ୍କ ହେଲିକପ୍ଟର ଭଳି ବଟନ ସବୁ ଲଗାଇଛନ୍ତି । ଗାଡି ଭିତରେ ଥିବା ବଟନ ଟିପିବା ଦ୍ୱାରା ଉପରେ ଥିବା ପଙ୍କା ଆପେ ଆପେ ଚାଲୁ ହୋଇ ଥାଏ । ବ୍ୟକିଙ୍କ ଏହି ଚପର କାରକୁ ସମସ୍ତ ଖୁବ ପସନ୍ଦ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି ମେଥଲେଶ ପ୍ରକାଶ ।

ପ୍ରକାଶଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଏହି କାରକୁ ରିମଡେଲିଂ କରିଛନ୍ତି ସତ କିନ୍ତୁ ଏହା ହେଲିକାପ୍ଟର ପରି ଉଡିପାରିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More