ଏହି ଫିଲ୍ମରେ ଅତିଥି ଭାବରେ ନଜର ଆସିବେ ଐଶ୍ଚର୍ଯ୍ୟା ।
ଅକ୍ଷୟ କୁମାର ଓ ରଜନୀକାନ୍ତ ଷ୍ଟାରର୍ ଫିଲ୍ମ‘୨.୦’ରେ ଜଣେ ନାମୀ ନାୟିକାଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିବ ବୋଲଇ ଚର୍ଚ୍ଚା ହେଉଛି। ଏହି ଲୋକପ୍ରିୟ ନାୟିକ ଜଣକ ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ‘୨.୦’ପ୍ରିକ୍ୱେଲରେ ନଜର ଆସିଥିଲେ। ଅବଶ୍ୟ ଏହି ସିନେମାଲାଗି ଏହା ଏକ ପ୍ଲସ୍ ପଏଣ୍ଟ ହେବ।
‘୨.୦’ର ପ୍ରକ୍ୱେଲ୍ ହେଲା ‘ରୋବୋଟ୍’। ଏଥିରେ ରଜନୀକାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ଦେଖା ଦେଇଥିଲେ ଐଶ୍ୱର୍ଯ୍ୟା। ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଚିଟ୍ଟିଙ୍କ ସହିତ ଏକ ଭାବପ୍ରବଣ ଦୃଶ୍ୟରେ ଦେଖିବାକୁ ମିଳିବ। ଏହି ଦୃଶ୍ୟରେ ଐଶ୍ୱର୍ଯ୍ୟା ଚିଟ୍ଟିଙ୍କୁବିଦାୟ ଦେଉଥିବାର ଦେଖିବକାୁ ପାଇବେ ଦର୍ଶକ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥିପାଇଁ ନିଜର ସମ୍ମତି ଜଣାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ,‘୨.୦’ଆଗାମୀ ନଭେମ୍ବର ୨୭ ତାରିଖରେ ରିଲିଜ୍ ହେଉଛି। ଇତିମଧ୍ୟରେ ‘୨.୦’ର ହିନ୍ଦୀ ଟିଜରର ଭିଡ଼ିଓକୁ ୩ କୋଟିରୁ ଅଧିକ ଥର ଦେଖା ସରିଲାଣି। ‘୨.୦’ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୋଲି କୁହାଯାଉଛି।