Only for Entertainment

ବିବାହର ଏତେ ବର୍ଷ ପରେ ଐଶ୍ଚର୍ଯ୍ୟାଙ୍କ ଖୁଲାସା: ଏହିଭଳି ପ୍ରପୋଜ କରିଥିଲେ ଅଭିଷେକ ।

bollywood tadka
41

ଯଦିଓ ଆଜି ପ୍ରିୟଙ୍କା ଓ ନିକ ଏବଂ ରଣବୀର ଓ ଦୀପିକା ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ତଥାପି ଐଶ ଏବଂ ଅଭିଷେକ ମଧ୍ୟ ଚର୍ଚ୍ଚାରୁ ବାହାରି ଯାଇନାହାଁନ୍ତି । ୨୦୦୭ରେ ସମସ୍ତ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେଯେ ଅନ ସ୍କ୍ରିନରେ ନଜର ଆସିଥିବା ଏହି ଯୋଡ଼ି ରିଅଲ ହେବାକୁ ଯାଉଛନ୍ତି । ଦୁଇ ଜଣଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ପ୍ରେମ କାହାଣୀ ଠାରୁ କମ ନୁହେଁ । ଦୁଇ ଜଣ ବିବାହ ପୂର୍ବରୁ କେତେକ ଫିଲ୍ମରେ କାମ କରିଛନ୍ତି, କିନ୍ତୁ କେହି ମଧ୍ୟ ଭାବିନଥିଲେଯେ ଏହି ଯୋଡ଼ି ରିଅଲ ହୋଇଯିବେ ।

ବିିବାହର ୧୨ ବର୍ଷ ପରେ ଐଶ୍ଚର୍ଯ୍ୟା ତାଙ୍କ ପ୍ରେମ କାହାଣୀକୁ ନେଇ ଚିତାକର୍ଷକ କଥା କହିଛନ୍ତି । ଫିଲ୍ମଫେୟରକୁ ଦେଇଥିବା ଇଂଟରଭ୍ୟୁରେ ଐଶ କହିଛନ୍ତିଯେ, ଫିଲ୍ମ ‘ଗୁରୁ’ର ରିଲିଜ ପୂର୍ବରୁ ନ୍ୟୁୟର୍କର ଏକ ହୋଟେଲ ରୁମର ବାଲକୋନିରେ ଅଭିଷେକ ତାଙ୍କୁ ପ୍ରପୋଜ କଲେ । ସେତେବେଳେ ଅଭିଷେକ କୌଣସି ହଲିଉଡ ଫିଲ୍ମର ହିରୋ ଠାରୁ କମ ଲଗୁନଥିଲେ । ଏହାପରେ ଐଶ ରାଜି ହୋଇ ଯାଇଥିଲେ । ଏହାପରେ ଐଶ କହିଛନ୍ତିଯେ ଯେତେବେଳେ ଯୋଦ୍ଧା ଆକବରର ସୁଟିଂ କରାଯାଉଥିଲା ସେହି ସମୟରେ ମୁଁ ନିଜକୁ ବାସ୍ତବ ବଧୂ ବୋଲି ଭାବୁଥିଲେ । ଅନ ସ୍କ୍ରିନ ଏବଂ ଅଫ ସ୍କ୍ରିନ ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭବ ହେଉନଥିଲା । ଏହି ସମୟରେ ଆଶୁତୋଷ କହିଲେଯେ ତୁମେ କେଉଁଠାରେ ହଜି ଯାଇଛ,ତେଣୁ ମୁଁ ହଠାତ ଚମକି ପଡ଼ିଲି ।

ହ୍ରିତିକ ମଧ୍ୟ ଜାଣିପାରିଲେଯେ ମୁଁ ଅଲଗା କିଛି ଭାବୁଛି । ତେବେ ଏହି ମଧ୍ୟରେ ଆଶୁତୋଷ ପଚାରିଲେ ତୁମେ ନିର୍ବନ୍ଧ କରି ସାରିଛି କି? ମୁଁ କହିଲି ହଁ । ଯେତେବେଳେ ହ୍ରିତିକଙ୍କୁ ଏହି ବିଷୟରେ ଜଣାପଡ଼ିଲା ସେ ଖୁବ ଉତ୍ସାହିତ ହୋଇଗଲେ ଏବଂ ମୋତେ ଚାହିଁ ଥମ୍ସ ଅପ କଲେ,ଯାହା ଦେଖି ମୁଁ ଖୁସି ହୋଇଗଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More