Only for Entertainment

ପତିଙ୍କ ସହ କାମ କରିବାକୁ ଅରାଜି ନୀଳନୟନା !

dnaindia.com
0 54

ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ସେ ଆଜି ନିଜର ୪୨ତମ ଜନ୍ମଦିନ ସେଲିବ୍ରେଟ୍‌ କରୁଛନ୍ତି। ବଲିଉଡ଼୍‍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନୂଆ ସିନେମାରେ କାମ କରିବାକୁ ସହଜରେ ରାଜି ହେଉ ନାହାନ୍ତି। ଆହୁରି ମଧ୍ୟ କୁହାଯାଉଛି ଯେ, ସେ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହିତ କୌଣସି ସିନେମାରେ କାମ କରିବାକୁ ରାଜି ହେଉନାହାନ୍ତି।
ଐଶ୍ୱର୍ଯ୍ୟା ମାଆ ହେବା ପରେ‘ଏ ଦିଲ୍‌ ହେ ମୁସ୍କିଲ୍‌’ ଓ ‘ସରବଜିତ୍‌’ ଆଦି ସିନେମାରେ ଅଭିନୟ କରିବା ପରେ ବଲିଉଡ଼୍‍ରେ ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି। ତାଙ୍କର ଜବରଦସ୍ତ କ୍ରେଜ୍‌ ମଧ୍ୟ ରହିଛି। ତାଙ୍କୁ ନୂଆ ସିନେମାରେ ନେବା ଲାଗି ପ୍ରଯୋଜକମାନଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳୁଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ନୂଆ ସିନେମା ‘ଫନ୍ନେ ଖାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।ଏହାପରେ ସେ ଅନ୍ୟ ଏକ ଫିଲ୍ମ ‘ରାତ୍‌ ଔର୍‌ ଦିନ୍‌’ର ରିମେକରେ ବି କାମ କରିବେ।

ହେଲେ ପ୍ରାୟ ଦୁଇବର୍ଷ ତଳେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହିଁଥିଲେ।ଏହି ଫିଲ୍ମ ପାଇଁ ଉଭୟେ ରାଜି ହୋଇଥିଲେ।କିନ୍ତୁ ଐଶ୍ୱର୍ଯ୍ୟା ମାତ୍ରାଧିକ ଫିସ୍‌ ଦାବି କରୁଥିବା ହେତୁ ତାହା ଫ୍ଲୋର୍‌କୁ ଯାଇନାହିଁ।ଅପରପକ୍ଷରେ ବଲିଉଡ଼୍‍ରେ ଚର୍ଚ୍ଚା ହେଉଛି ଯେ ଐଶ୍ୱର୍ଯ୍ୟା ଜାଣିଶୁଣି ଅଧିକ ପାରିଶ୍ରମିକ ମାଗୁଛନ୍ତି।ସେହି ସିନେମାରେ ସ୍ୱାମୀ ଅଭିଷେକଙ୍କ ସହିତ କାମ କରିବାକୁ ଚାହୁଁନଥିବା ହେତୁ ଏଭଳି କହି ବିଳମ୍ବ କରୁଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଅଭିଷେକ ଓ ଐଶ୍ୱର୍ଯ୍ୟା ୨୦୧୦ରେ ‘ରାବଣ’ ସିନେମାରେ ଏକାଠି କାମ କରିଥିଲେ।ଏହାପରେ ଅନ୍ୟ କୌଣସି ଫିଲ୍ମରେ ଏକାଠି ନଜର ଆସି ନାହାନ୍ତି ଏହି କଳାକାର ଦଂପତି।

ରାଜେଶ ସିଂହଙ୍କ ଉକ୍ତ ସିନେମାରେ ଉଭୟେ ଅଭିଷେକ ଓ ଐଶ୍ୱର୍ଯ୍ୟା ପୁଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଐଶ୍ୱର୍ଯ୍ୟା ଖୁବ୍‌ ସତର୍କତାର ସହ ଫିଲ୍ମ ସାଇନ୍‌ କରୁଥିବା ହେତୁ ରାଜେଶଙ୍କ ଫିଲ୍ମରେ କାମ କରିବାକୁ ଚାହୁଁ ନାହାଁନ୍ତି ବୋଲି ବି ଚର୍ଚ୍ଚା ହେଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More