Only for Entertainment

ରୂପେଲି ପରଦାରେ ଜମିବ ଅଜୟ-ଅଭିଷେକଙ୍କ ଯୋଡ଼ି

83

୭ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ ଅଜୟ ଦେବଗନ ଏବଂ ଅଭିଷେକ ବଚ୍ଚନ । ଏହି ଯୋଡି ୨୦୦୩ରେ ଫିଲ୍ମ ‘ଜମିନ’ରେ ପ୍ରଥମେ ବଲିଉଡ ଇଣ୍ଡଷ୍ଟ୍ରିରେ ଏକାଠି ନଜର ଆସିଥିଲେ । ୨୦୧୨ରେ ମଧ୍ୟ ଦୁଇ କଳାକାର ଫିଲ୍ମ ‘ବୋଲବଚନ’ ରେ ଅଭିନୟ କରିଥିଲେ ଓ ନିଜେ ଅଭିଷେକ ବଚ୍ଚନ ଫିଲ୍ମ ‘ବୋଲବଚନ’ର ପ୍ରଯୋଜନା କରିଥିଲେ । ଫିଲ୍ମର ନିର୍ଦ୍ଦେଶକ କୋକି ଗୁଲାଠି ଏହାକୁ ନିର୍ମାଣ କରିଥିଲେ ।

ନିକଟ ଅତୀତରେ ଅଜୟ ଫିଲ୍ମ “ଦେ ଦେ ପ୍ୟାର ଦେ” ରେ ନଜର ଆସିଥିଲେ । ଅଜୟଙ୍କ ସହିତ ତବୁ ଏବଂ ରକୁଲ ପ୍ରୀତଙ୍କୁ ଦେଖିବାକୁ ମିଳିଥିଲା । ଏହା ସହିତ ଅଜୟ ଏବଂ ସୈଫ ଅଲ୍ଲି ଖାନଙ୍କୁ ଫିଲ୍ମ ‘ତନ୍ନାହାଜି’ରେ ଏକା ସାଙ୍ଗରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା ବାସ୍ତବ କାହାଣୀ ଉପରେ ଆଧାରିତ । କେବଳ ସେତିକି ନୁହେଁ ଅଭିଷେକଙ୍କୁ ମଧ୍ୟ ଅନୁରାଗ ବାସୁଙ୍କ ପରବର୍ତ୍ତୀ ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More