ରଣବୀର ସିଂଙ୍କ ଫିଲ୍ମ ସିମ୍ବାରେ ଦେଖିବାକୁ ମିଳିବ ବାଜିରାଓ ସିଙ୍ଘମଙ୍କ ଜଲୱା ।
ରଣବୀର ସିଂଙ୍କ ଫିଲ୍ମ ଗତ ବର୍ଷ ଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ବଢିଥିବା ଦେଖିବାକୁ ମିଳିଛି । ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ପ୍ରଥମ ଥର ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ । ରିପୋର୍ଟ ଅନୁସାରେ ସିଙ୍ଘମରେ ପୋଲିସ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅଜୟ ଦେବଗନ ମଧ୍ୟ ଫିଲ୍ମରେ ନଜର ଆସିବେ ।
ଫିଲ୍ମରେ ଅଜୟ କ୍ୟାମିଓ କରୁଥିବାର ନଜର ଆସିବେ । ତେବେ ତାହା ହେବ ଫିଲ୍ମର ଏକ କ୍ଲାଇମାକ୍ସ ।ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ହେବ ।
ଫିଲ୍ମ ସିମ୍ବା ତେଲୁଗୁ ଫିଲ୍ମ ଟେମ୍ପରର ରିମେକ । ଫିଲ୍ମରେ ଜୁନିଅର ଏନଟିଆର ଲିଡ ଚରିତ୍ରରେ ନଜର ଆସିଥିଲେ । ଏଭଳି କୁହାଯାଉଛିକି ସିମ୍ବା ଅରିଜିନାଲ କପି ନୁହେଁ ବରଂ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉଛି ।