Only for Entertainment

ରିଲିଜ ହେଲା ତାନାଜୀ ଟ୍ରେଲର, ନଜର ଆସିଲା ଅଜୟ ଦେବଗନଙ୍କ ନିଆରା ଅନ୍ଦାଜ ।

42

ହଲଚଲ,ପ୍ୟାର ତୋ ହୋନା ହି ଥା, ରାଜୁ ଚାଚା, ୟୁ,ମି ଓøର ହମରେ ଏକାଠି ଅଭିନୟ କରିବାପରେ ପୁଣି ଥରେ ଏକାଠି ନଜର ଆସିବାକୁ ଯାଉଛନ୍ତି ରିୟଲ ଲାଇଫ କପଲ ଅଜୟ ଦେବଗନ ଓ କାଜୋଲ । ଏଥର ଏହି ଯୋଡି କୌଣସି ରୋମାଟିଂକ କିମ୍ବା କମେଡି ନୁହେଁ ବଂର ହିଷ୍ଟୋରୀକାଲ ଫିଲ୍ମରେ ଏକାଠି ଅଭିନୟ କରୁଛନ୍ତି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ ହେଉଛି ଯେ ଫିଲ୍ମ ଖୁବ ଦମଦାର ହେବ ।

ମରାଠା ଶାସକ ଭୂମିକାରେ ବଲିଉଡ ସିଂଘମ ଅଜୟ ଦେବଗନ । ତାଙ୍କ ରାଣୀ ଚରିତ୍ରରେ ନଜର ଆସିବେ କାଜୋଲ । ପୂର୍ବରୁ ଦର୍ଶକ ବଲିଉଡର ଏହି ରିୟଲ ଲାଇଫ ଯୋଡିଙ୍କୁ ରୋମାନ୍ସ,କମେଡିି ରୋଲରେ ଦେଖିବା ପରେ ଏଥରକ ସିରିୟସ ତଥା ଚ୍ୟାଲେଞ୍ଜିଂ ରୋଲରେ ଦେଖିବାକୁ ପାଇବେ । ଅପକମିଂ ହିଷ୍ଟୋରୀକାଲ ଫିଲ୍ମ ତାନାହାଜୀରେ ଅଜୟ ଦମଦାର ମରାଠା ଶାସକ ଭୁମିକାରେ ଅଭିନୟ କରିଛନ୍ତି । ନିକଟରେ ଫିଲ୍ମରେ ଅଜୟ ଓ କାଜୋଲ ତଥା ଫିଲ୍ମର ଅନ୍ୟତମ ପ୍ରମୁଖ ଭୁମିକାରେ ଅଭିନୟ କରୁଥିବା ସୈଫ ଅଲ୍ଲୀ ଖାନଙ୍କ ଫାଷ୍ଟ ଲୁକ ଜାରି ହୋଇଥିଲା । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି । ଦେଖନ୍ତୁ-

ତାନାଜୀ ରୋଲରେ ଅଜୟ, ଉଦୟ ଭାନ ରାଠୋଡ ଭୁମିକାରେ ସୈଫ ଓ ତାନାଜୀଙ୍କ ରାଣୀ ଚରିତ୍ରରେ ନଜର ଆସିଛନ୍ତି କାଜୋଲ । ଆସନ୍ତାବର୍ଷ ଜାନୁଆରୀ ୧୦ରେ ରିଲିଜ ହେବ ତାନାଜୀ । ହାଇବଜେଟ,ସୁପରଷ୍ଟାର ସହ ବିଶାଳ ସେଟକୁ ନେଇ ପିକଚରାଇଜ କରାଯାଇଛି । ଓମ ରାୱତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି ଏହି ଫିଲ୍ମ । ଅଜୟ ଦେବଗନ ହୋମ ପ୍ରଡକ୍ସନ ଓ ଟିସିରିଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ତାନାହାଜୀ । ରିଲିଜ ହୋଇଥିବା ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଅଜୟଙ୍କ କ୍ୟାରିୟରରେ ୧୦୦ତମ ଫିଲ୍ମ ହେବାକୁ ଯାଉଛି ତାନାଜୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More