Only for Entertainment

ଟ୍ରେଲର ପରେ ଏବେ ରିଲିଜ ହୋଇଛି ଅପକମିଂ ସସପେନ୍ସ ହରର ଫିଲ୍ମ ଦ ବଡ଼ିର ପ୍ରଥମ ଗୀତ ।

27

ଟ୍ରେଲର ପରେ ଏବେ ରିଲିଜ ହୋଇଛି ଅପକମିଂ ସସପେନ୍ସ ହରର ଫିଲ୍ମ ଦ ବଡ଼ିର ପ୍ରଥମ ଗୀତ । ରୋମାଟିଂକ ଟ୍ରାକର ଟାଇଟେଲ ଆଇନା ରହିଥିବାବେଳେ ଏଥିରେ ଲିଡ ଷ୍ଟାର ଇମ୍ରାନ ହାସମୀ ଓ ସୋବିତା ଧୁଲିପାଲା, ବେଦିକାଙ୍କ ଅଭିନୟ ଦେଖିବାକୁ ମିଳିଛି ।

ଆସିଲା ନୂଆ ରୋମାଟିଂକ ଗୀତ ଆଇନା । ଅପକମିଂ ସସପେନ୍ସ ଥ୍ରୀଲର ଫିଲ୍ମ ଦ ବଡ଼ିରେ ସ୍ଥାନ ପାଇଛି ଏହି ଗୀତ । ଇମ୍ରାନ ହାସମୀ,ସୋବିତା ଧୁଲିପାଲା ଓ ବେଦିକାଙ୍କ ଅଭିନୟ ରହିଛି ଏହି ଗୀତରେ ।ଗୀତରେ ଶୁଣିବାକୁ ମିଳିଛି ଦୁଇଟି ପପୁଲାର ସିଙ୍ଗରଙ୍କ ଗାୟକୀ । ନେହା କକ୍କଡ ଓ ତୁଲସୀ କୁମାର ଗୀତରେ କଣ୍ଠଦାନ କରିଛନ୍ତି । ଦୁଇଜଣ ନାୟିକାଙ୍କ ସହ ଇମ୍ରାନଙ୍କ ରୋମାନ୍ସକୁ ଗୀତରେ ସ୍ଥାନ ଦିଆଯାଇଛି ।

ଗୀତରେ ସଂଗୀତ ନିେର୍ଦ୍ଦେଶନା ଦେଇଛନ୍ତି ଅରକୋ ଏହି ସସପେନ୍ସ ଥ୍ରୀଲର ଫିଲ୍ମରେ ଇମ୍ରାନ ଖାନ ମୁଖ୍ୟ ଭୁୂମିକାରେ ଅଭିିନୟ କରୁଥିବାବେଳେ ପ୍ରମୁଖ ଭୁମିକାରେ ଦେଖିବାକୁ ମିଳିବ ଋଷି କପୁରଙ୍କ ଅଭିନୟ । କର୍କଟ ରୋଗରେ ପୀଡିତ ହୋଇ ବିଦେଶରେ ଚିକିତ୍ସିତ ହୋଇ ଫେରିବା ପରେ ଋଷି ଫିଲ୍ମର ସୁଟିଂ କରିଥିଲେ । ସୁସ୍ଥ ହେବା ପରେ ଏହା ତାଙ୍କ ଅଭିନୀତି ପ୍ରଥମ ଫିଲ୍ମ ହେବାକୁ ଯାଉଛି । ଜିତୁ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ସସପେନ୍ସ ଥ୍ରୀଲର ଫିଲ୍ମ ଡିସେମ୍ବର ୧୩ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More