Only for Entertainment

ରିଲିଜ ହେଲା କରଣ ୱାହିଙ୍କ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ଅଖବାର୍’, ଦେଖନ୍ତୁ

YouTube
56

ରିଲିଜ୍ ହେଲା ମନଛୁଆଁ ରୋମାଂଟିକ୍ ଗୀତ ‘ଅଖବାର୍’ । ଗୀତରେ ନାୟକ ଭାବେ ଛୋଟ ପରଦାର ହ୍ୟାଣ୍ଡସମ୍ ଅଭିନେତା କରଣ ୱାହିଙ୍କୁ ଦେଖିବାକୁ ମିଳିଛି । ଆଉ ନାୟିକା ଭୂମିକାରେ ନଜର ଆସିଛନ୍ତି ମଡେଲ୍ ଅବନ୍ତିକା ହୁଣ୍ଡାଲ୍ । ଜି ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ଯେଉଁଥିରେ ଶୁଣିବାକୁ ମିଳିଛି ଅକ୍ରୋ ପ୍ରଭୋଙ୍କ ବେମିସାଲ୍ ଗାୟିକୀ ।

ଅଭିଜୀତ୍ ଭଗନାନୀଙ୍କ ସଙ୍ଗୀତରେ ଗୀତର ଲିରିକ୍ସ ଦେଇଛନ୍ତି ନିଜେ ଅକ୍ରୋ । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଚିରାଗ ଅରୋରା । ଆଉ ଏହି ମ୍ୟୁଜିକ୍ ଭିଡିଓକୁ ପ୍ରଡ୍ୟୁସ୍ କରିଛନ୍ତି ଅନୁରାଗ ବେଦୀ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟିକୁ ମାତ୍ର କିଛି ଦିନ ଭିତରେ ୩ ମିଲିଅନରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More