Only for Entertainment

ସାମ୍ନାକୁ ଆସିଲା ଜନ ଆବ୍ରାହମ – ଇମରାନ ହାସମୀଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ‘ମୁମ୍ବାଇ ସାଗା’ର ପ୍ରଥମ ପୋଷ୍ଟର

Bollywood Bubble
45

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ’ ନିକଟରେ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଇତି ମଧ୍ୟରେ ଜନଙ୍କ ଫ୍ୟାନ୍ସଙ୍କ ପାଇଁ ମେକର୍ସ ଆଉ ଏକ ନୂଆ ଉପହାର ଭେଟି ଦେଇଛନ୍ତି । ଜନଙ୍କ ଆଗାମୀ ଫିଲ୍ମ ‘ମୁମ୍ବାଇ ସାଗା’ର ପ୍ରଥମ ପୋଷ୍ଟରକୁ ରିଲିଜ କରାଯାଇଛି । ଯାହା ତାଙ୍କ ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି ।

ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି ସତ କିନ୍ତୁ ପୋଷ୍ଟରରେ କୌଣସି ଷ୍ଟାରଙ୍କୁ ଦେଖିବା ପାଇଁ ମିଳିନାହିଁ । ଫିଲ୍ମର ପ୍ରଥମ ପୋଷ୍ଟରରେ କେବଳ ବନ୍ଧୁକ ଦେଖିବାକୁ ମିଳିଛି । ପୋଷ୍ଟରକୁ ଦେଖିଲେ ଲାଗୁଛି ଯେ ନିର୍ଦ୍ଦେଶକ ସଂଜୟ ଗୁପ୍ତା ପୁଣିଥରେ ଗ୍ୟାଙ୍ଗଷ୍ଟାର ଫିଲ୍ମ ନେଇ ଆସୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏହି ଥିମରେ ସୁଟଆଉଟ ଆଟ ଲୋଖଣ୍ଡୱାଲା, କାଣ୍ଟେ ଏବଂ ଜିନ୍ଦା ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

ଫିଲ୍ମରେ ଜନ ଆବ୍ରାହମଙ୍କ ବ୍ୟତିତ ଇମରାନ ହାସମୀ, ଜ୍ୟାକି ଶ୍ରଫ, ସୁନିଲ ସେଟ୍ଟୀ, ପ୍ରତିତ ବବର, ଗୁଲସନ ଗ୍ରୋଭର, ରୋନିତ ରୟ, ସମୀର ସୋନୀ ଏବଂ ଅନମୋଲ ଗୁପ୍ତାଙ୍କ ପରି କଳାକାର ନଜର ଆସିବେ । ଫିଲ୍ମର ନିର୍ମାତା ଏବଂ ପ୍ରଯୋଜକ ଆଗାମୀ ବର୍ଷ ୧୯ ଜୁଲାଇ ୨୦୨୦ରେ ଫିଲ୍ମକୁ ରିଲିଜ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More