Only for Entertainment

ଅଭିନୟ ସହ ଭଲ ଚିତ୍ରକାର ଅଟନ୍ତି ଅକ୍ଷୟ, ଝିଅ ନିତାରା ସହ ଏଭଳି ଆଙ୍କିଲେ ଚିତ୍ର !

34

ଖିଲାଡି ଅକ୍ଷୟ କୁମାର ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି, ସେହିଭଳି ନିଜ ପରିବାରକୁ ମଧ୍ୟ ଖୁବ ସମୟ ଦିଅନ୍ତି। ଅନେକ ଥର ମିଡ଼ିଆ ସାମ୍ନାରେ ପରିବାର ସହ ସ୍ପଟ ହୁଅନ୍ତି ଖିଲାଡି ଅକ୍ଷୟ । ନିକଟରେ ଅକ୍ଷୟ ଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ଅକ୍ଷୟ ଝିଅ ନିତାରାକୁ ସ୍କୁଲ ପ୍ରୋଜେକ୍ଟ ପାଇଁ ସାହାଯ୍ୟ କରୁଥିବାର ନଜର ଆସିଥିଲେ ।

ଫଟୋ ସେୟାର କରି ଟ୍ୱିଙ୍କିଲ ଅକ୍ଷୟ ଙ୍କ ଟ୍ୟାଲେଟ ସେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ଅକ୍ଷୟ ଙ୍କ ଫିଲ୍ମ କେଶରୀ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ଧମାଲ ମଚାଇ ଥିଲା । ତେବେ ଖୁବଶୀଘ୍ର ଅକ୍ଷୟ ଗୁଡ଼ନ୍ୟଜ, ହଉସଫୁଲ ୪ ଏବଂ ମିଶନ ମଙ୍ଗଳରେ ନଜର ଆସିବେ । ସେହିଭଳି ୨୦୨୦ରେ ତାଙ୍କ ପାଖରେ ୨ଟି ଫିଲ୍ମ ରହିଛି , ଲକ୍ଷ୍ମୀବମ ଏବଂ ସୂର୍ଯ୍ୟବଂଶୀ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More