Only for Entertainment

ଫିଲ୍ମ ‘ସୂର୍ଯ୍ୟବଂଶୀ’ ସୁଟିଂ ସେଟରେ ଆହତ ହେଲେ ଖିଲାଡୀ କୁମାର !

28

ଆକ୍ସନ ଷ୍ଟାର ଅକ୍ଷୟ କୁମାର ନିକଟରେ ମୁମ୍ବାଇରେ ନିଜ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ କରୁଥିଲେ । ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମ ସୁଟିଂ ବେଳେ ଅକ୍ଷୟ ଆହତ ହୋଇଛନ୍ତି । ତାଙ୍କ ବାମପଟ ବାହୁରେ ଆଘାତ ଲାଗିଛି ।

ଫିଜିଓଥେରାପିଷ୍ଟ ଏହି ଆଘାତକୁ ଦେଖିବା ପରେ ଏବେ ଅକ୍ଷୟ ପୁଣିଥରେ ସୁଟିଂରେ ବ୍ୟସ୍ତ ହୋଇପଡିଛନ୍ତି । ଏହି ଖବର ଫିଲ୍ମ ସେଟରୁ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

ସୂର୍ଯ୍ୟବଂଶୀଙ୍କ ସେଟରେ ଅକ୍ଷୟ କୁମାରଙ୍କୁ ଆଘାତ ଲାଗିବା ଖବର ଏବେ ପର୍ଯ୍ୟନ୍ତ କେହି ଜଣାଇ ନାହାନ୍ତି କିନ୍ତୁ ନିକଟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାରେ କରିଛନ୍ତି । ଭିଡିଓରେ ତାଙ୍କ ହାତରେ ଥିବା ଆଘାତ ସ୍ପଷ୍ଟ ନଜର ଆସିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ସୂର୍ଯ୍ୟବଂଶୀର ଏକ ବଡ ଭାଗ ବ୍ୟାଂକକ, ମୁମ୍ବାଇ ଏବଂ ହାଇଦ୍ରାବାଦରେ ସୁଟ କରାଯାଇଥିଲା । ଆକ୍ସନରେ ଭରପୂର ଏହି ଫିଲ୍ମର କ୍ଲାଇମାକ୍ସରେ ଅଜୟ ଦେବଗନ ଏବଂ ରଣବୀର ସିଂ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More