Only for Entertainment

ଖଳନାୟକ ଭୂମିକାକୁ ନେଇ ନିର୍ମାତାଙ୍କ ପ୍ରଥମ ପସନ୍ଦ ସଂଜୟ ଦତ୍ତ, ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଆସିପାରନ୍ତି ନଜର !

126

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କୁ ନିକଟରେ ଏକ ବଡ ବଜେଟରେ କାମ କରିବାକୁ ଅଫର ମିଳିଛି । ପୃଥ୍ୱୀରାଜ ଚୌହାନଙ୍କ ଉପରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ତାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଖଳନାୟକ ଭୂମିକାରେ ସଂଜୟ ଦତ୍ତ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ରହିଛିି । ଯଦି ଏହା ହୁଏ ତେବେ ସଂଜୟଙ୍କୁ ମହମ୍ମଦ ଘୋରୀଙ୍କ ଭୁମିକାରେ ଦେଖିବାକୁ ମିଳିବ । ମିଡିଆ ରିପୋର୍ଟ ଅନୁସାରେ, ଏହି ଫିଲ୍ମ ଇତିହାସରେ ୧୦୦ନିର୍ଣାୟକ ଯୁଦ୍ଧ ମଧ୍ୟରୁ ଗୋଟେ ବଡ ଯୁଦ୍ଧ ଉପରେ ଆଧାରିତ । ଫିଲ୍ମରେ ପୃଥିବୀରାଜ ଚୌହାନ ବିଜେତା ହେବା ପରେ ମଧ୍ୟ ତାଙ୍କ ଦ୍ୱାରା କୌଣସି ରଣନିତିକ ଭୁଲ ହୋଇଥିବା ଦେଖିବାକୁ ମିଳିବ । ସେତେବେଳେ ଜାତି ଜାତି ଭିତରେ ବିବାଦ ଦେଖା ଦେଉଥିଲା । ରାଜା-ମହାରାଜାଙ୍କ ସୈନ୍ୟଙ୍କ ମଧ୍ୟରେ କିପରି ମତଭେଦ ଦେଖା ଯାଉଥିଲା ତାହା ମଧ୍ୟ ଏହି ଫିଲ୍ମ ଜରିଆରେ ଦେଖିବାକୁ ପାଇବେ ଦର୍ଶକ ।

କୁହାଯାଉଛି ଯେ, ଏହି ଫିଲ୍ମର ସୁଟିଂ ନଭେମ୍ବର ମାସରେ ଆରମ୍ଭ ହୋଇପାରେ । ‘ୟଶରାଜ ପ୍ରଡକ୍ସନ’ ଦ୍ୱାରା ଏହି ଫିଲ୍ମଟି ପ୍ରଯୋଜିତ ହେବ । ସଂଜୟ ଦତ୍ତ ଓ ରଣବୀର କପୁରଙ୍କ ଫିଲ୍ମ ‘ଶମଶେରା’କୁ ମଧ୍ୟ ‘ୟଶରାଜ’ ପ୍ରଯୋଜନା କରୁଛନ୍ତି । ଏଥିରେ ‘ସଂଜୁବାବା’ ଖଳନାୟକ ଭୂମିକାରେ ନଜର ଆସିବେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ, ଅକ୍ଷୟଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି । ଏହା ପରେ ସେ ‘ହାଉସଫୁଲ-୪’, ‘ଗୁଡ ନ୍ୟୁଜ’ , ‘ସୂର୍ଯ୍ୟବଂଶୀ’ , ‘ଲକ୍ଷ୍ମି ବମ’, ‘ବଚ୍ଚନ ପାଂଡେ’ ଏବଂ ‘ପୃଥ୍ୱୀରାଜ ଚୌହାନ’ ଭଳି ଗୋଟେ ପରେ ଗୋଟେ ଦମ୍ଦାର ଫିଲ୍ମକୁ ନେଇ ବ୍ୟସ୍ତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More