‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ହସ୍ପିଟାଲରେ ଭର୍ତ୍ତି
ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା କୁହାଯାଉଛି । ସୂଚନା ମୁତାବକ ଜଗନଙ୍କ ବ୍ରେନରେ ବ୍ଲଡ କ୍ଲଟ ହୋଇ ଯାଇଛି ।
ଖବର ଅନୁସାରେ ଜଗନ ତାଙ୍କ ବନ୍ଧୁ ମାନଙ୍କ ସହିତ କ୍ୱାଲିଟି ସମୟ ବିତାଉଥିଲେ । ସେହି ସମୟରେ ହଠାତ ତାଙ୍କ ମୁଣ୍ଡ ବୁଲେଇ ହୋଇଗଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
View this post on Instagram
SCAN- ‘BLOCKBUSTER’- Watch #MissionMangal with your family in your nearest cinemas!
କହିରଖୁଛୁ ଜଗନ ଶକ୍ତି ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ । ପ୍ରଥମ ଫିଲ୍ମରେ ହିଁ ତାଙ୍କୁ ଖୁବ ପ୍ରଶଂସା କରାଗଲା । ଏହା ପୂର୍ବରୁ ସେ କେତେକ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି ।