Only for Entertainment

ଭିଡରେ ଫସିଥିବା ବିଦ୍ୟାଙ୍କୁ ଏଭଳି ବଂଚାଇଲେ ଅକ୍ଷୟ, ଭିଡିଓ ଭାଇରାଲ !

62

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ କାଲି ଅର୍ଥାତ ଅଗଷ୍ଟ ୧୫ରେ ରିଲିଜ ହୋଇଛି । ଫିଲ୍ମକୁ ନେଇ ଦର୍ଶକଙ୍କର ପ୍ରତିକ୍ରିୟା ଭଲ ମିଳିଛି । ଫିଲ୍ମ ରିଲିଜ ପୂର୍ବରୁ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନ ନିଜ ଫିଲ୍ମ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅକ୍ଷୟ ବିଦ୍ୟାଙ୍କୁ ଭିଡରୁ ବଂଚାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଏବଂ ଏହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଭିଡିଓକୁ ଦେଖି ୟୁଜର୍ସ ଅକ୍ଷୟଙ୍କର ଖୁବ ପ୍ରଶଂସା କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ‘ମିଶନ ମଙ୍ଗଳ’ରେ ଅକ୍ଷୟ-ବିଦ୍ୟା ବାଲନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତ୍ତି କୁଲ୍ହାରୀ, ଶରମନ ଜୋଶୀ, ନିତ୍ୟା ମେନନଙ୍କ ଭଳି ଅଭିନେତ୍ରୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଜଗନ ଶକ୍ତିଙ୍କ ଦ୍ୱାରା ନିର୍ଦ୍ଦେଶିତଏହି ଫିଲ୍ମ ‘ମାର୍ସ ଅର୍ବିଟର ମିଶନ’ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More