ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଳ’ ୧୫ ଅଗଷ୍ଟକୁ ରିଲିଜ ହେବାକୁ ଥିବା ବେଳେ ଇତି ମଧ୍ୟରେ ମେକର୍ସ ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ କରିଛନ୍ତି । ୨ ମିନିଟର ଏହି ଟ୍ରେଲରେ ପ୍ରତ୍ୟେକ କଳାକାରଙ୍କ ଚରିତ୍ରକୁ ନିଆରା ଅନ୍ଦାଜରେ ଦର୍ଶା ଯାଇଛି । ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ କିପରି ମିଶନ ଫେଲ ହେବା ପରେ ମଧ୍ୟ ଇଶ୍ରୋର ବୈଜ୍ଞାନିକମାନେ ହାର ମାନିବା ବଦଳରେ ଏହାକୁ ସଫଳ କରିବା ପାଇଁ ପୁଣିଥରେ ଲାଗିପଡିଛନ୍ତି ।
ଫିଲ୍ମର ଏହି ନୂଆ ଟ୍ରେଲରକୁ ସେୟାର କରି ଅକ୍ଷୟ ଲେଖିଛନ୍ତି, ‘ଏଠାରେ ଦେଖନ୍ତୁ କେବେ ହାର ମାନୁନଥିବା କାହାଣୀ ।’
ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ କାହାଣୀ ମହିଳା ଶକ୍ତିର ଉଦାହରଣ ଦେଖିବାକତୁ ମିଳିଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତି କୁହ୍ଲାରୀ, ନିତ୍ୟା ମେନନ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ । ଅକ୍ଷୟଙ୍କ ଏହି ଫିଲ୍ମକୁ ଜନ ଆବ୍ରାହମଙ୍କ ଫିଲ୍ମ ବାଟଲା ହାଉସ ବକ୍ସ ଅଫିସରେ ଟକ୍କର ଦେବ ।