Only for Entertainment

ଦାଉ ସାଜିଲା ଭୂମିକମ୍ପ, ଅକାଳରେ ଝଡ଼ିଗଲା ୨୩ଟି ଜୀବନ, ପୂନର୍ଜନ୍ମ ପାଇଲା ଶିଶୁ

punjabkesari
30

ଅଲବୋନିୟାର ରାଜଧାନୀ ତିରାନାରୁ ୩୪ କିଲୋମିଟିର ଦୂର ଉତ୍ତର ପଶ୍ଚିମରେ ମଙ୍ଗଳବାର ସକାଳେ ହୋଇଥିବା ଭୂମିକମ୍ପରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି, ଏବଂ ୬୦୦ରୁ ଅଧିକ ଆଘାତ ପାଇଛନ୍ତି । ଏହି ଦୈବୀ ଦୁର୍ଘଟଣାରେ ଜଣେ ଜେଜେମାଙ୍କ ମୃତ୍ୟୁ ହୋଇଥିବା ଘଟଣା ଏବଂ ନାତିର ପୂନର୍ଜନ୍ମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି ।

ଉଦ୍ଧାରକାରୀଦଳ ଏହି ବିଷୟରେ ସୂଚନା ଦେଇଛନ୍ତି । ଯେତେବେଳେ ସେମାନଙ୍କୁ ଏକ ବୃଦ୍ଧାଙ୍କ ମୃତଦେହ ମିଳିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ତାଙ୍କ କୋଳରେ ଥିଲା ତାଙ୍କ କୁନି ନାତି । ସେ ତାକୁ ଏଭଳି ଧରିଥିଲେ ଯେପରି କୌଣସି କ୍ଷତି ପହଂଚିବ ନାହିଁ । ଘଟଣା ମଧ୍ୟ କିଛି ସେହିଭଳି ହେଲା । ନିଜେ ଏହି ଦୁନିଆରୁ ବିଦାୟ ନେଇଗଲେ କିନ୍ତୁ ନାତିକୁ ଦେଇଗଲେ ନୂଆ ଜୀବନ । ପିଲାଟି ବଂଚିଗଲା ।

ଅନୁମାନ କରାଯାଉଛି ଏହି ଦୁର୍ଘଟଣାରେ ଆଉ କେତେକ ଲୋକ ମଧ୍ୟ ଫସି ରହିଥାଇ ପାରନ୍ତିି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More